30.1 C
Bhubaneswar
Sunday, June 16, 2024
Homeଓଡିଶାଆଜି ଓଡିଶା ଆସୁଛନ୍ତି ଆଦିତ୍ୟନାଥ, ନଡ୍ଡା ଓ ବିଶ୍ୱ ଶର୍ମା

ଆଜି ଓଡିଶା ଆସୁଛନ୍ତି ଆଦିତ୍ୟନାଥ, ନଡ୍ଡା ଓ ବିଶ୍ୱ ଶର୍ମା

ଭୁବନେଶ୍ୱର : ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଆସୁଛନ୍ତି କେନ୍ଦ୍ରୀୟ ନେତାମାନେ । ଗୁରୁବାର ବିଜେପିର ୩ ଜଣ ହେଭିୱେଟ ଓଡ଼ିଶା ଆସୁଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏହାସହିତ ୭ଟି ଯାକ ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ଉପସ୍ଥିତ ରହିବେ। ଯୋଗୀଙ୍କ ବ୍ୟତୀତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡ଼ିଶା ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦା ସଭାରେ ଯୋଗ ଦେବେ ନଡ୍ଡା। ସେହିପରି ବିଶ୍ୱଶର୍ମା ଦେବଗଡ଼, ବଡବିଲ, ଚୌଦ୍ୱାର ଓ ବଡମ୍ବାରେ ସଭା କରିବେ। ଏହି ମର୍ମରେ ବିଜେପିର ଫାୟାର ବ୍ରାଣ୍ଡ ନେତାଙ୍କ ତୁଫାନୀ ପ୍ରଚାର ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking