30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶକେଜ୍ରିୱାଲଙ୍କ ପିତାମାତାଙ୍କଠୁ ବୟାନ ନେବ ଦିଲ୍ଲୀ ପୁଲିସ୍‌

କେଜ୍ରିୱାଲଙ୍କ ପିତାମାତାଙ୍କଠୁ ବୟାନ ନେବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ପୁଲିସ୍‌ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ । ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ସିଏମ୍‌ ହାଉସ୍‌ରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୁଲିସ୍‌। ଉକ୍ତ ସମୟରେ କେଜ୍ରିୱାଲଙ୍କ ପିତାମାତା ଘରେ ଥିବାରୁ ଦିଲ୍ଲୀ ପୁଲିସ୍ ଆଜି ସେମାନଙ୍କୁ ପଚରାଉଚରା କରିବାକୁ ଯିବ ବୋଲି ଜଣାଯାଇଛି। ଏଥିନିମନ୍ତେ ପୂର୍ବାହ୍ନ ୧୧ଟା୩୦ ମିନିଟ୍‌ର ସମୟ ଦିଆଯାଇଥିବା ଜଣାଯାଇଛି। ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ତାଙ୍କୁ ଆକ୍ରମଣ କରିଥିବା ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। ଦିଲ୍ଲୀ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବୈଭବ କୁମାରଙ୍କୁ ଗିରଫ କରି ସାରିଛି। କେଜ୍ରିୱାଲ ଗତକାଲି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦିଲ୍ଲୀ ପୁଲିସ୍‌ ଏବେ ମୋ’ ବୃଦ୍ଧ ଓ ବେମାର ପିତାମାତାଙ୍କୁ ପଚରାଉଚରା କରିବ । ଗତକାଲି ପ୍ରଥମ ଥର ଏହି ମାମଲାରେ ପ୍ରତିକ୍ରିୟା ରଖିଥିଲେ ଆପ୍‌ର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପୂରା ଘଟଣାରେ ନିରପେକ୍ଷ ତଦନ୍ତ ହେବ ବୋଲି ଆଶା ରଖିଥିବା କହିଥିଲେ । ଏହି ଘଟଣାର ଦୁଇଟି ଦିଗ ରହିଛି। ପୁଲିସ୍‌ ଉଭୟ ଦିଗକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ନ୍ୟାୟ ହେବା ଦରକାର ବୋଲି କହିଥିଲେ କେଜ୍ରିୱାଲ ।
ସୂଚନାନୁଯାୟୀ , ସ୍ୱାତୀ ମାଲିୱାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦେଇଥିବା ବୟାନରେ ୧୩ ତାରିଖରେ ସେ ସିଏମ୍‌ ହାଉସ୍‌ ଯାଇଥିବା ବେଳେ କେଜ୍ରିୱାଲଙ୍କ ମାତାପିତା ଓ ପତ୍ନୀ ବ୍ରେକଫାଷ୍ଟ କରୁଥିଲେ। ସେମାନଙ୍କୁ ଅଭିବାଦନ ଜଣାଇବା ପରେ ସ୍ୱାତୀ ଡାଇନିଂ ହଲ୍‌ ଯାଇଥିଲେ। ସେଠାରେ ବୈଭବ କୁମାରଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିବା ବେଳେ ସେ ତାଙ୍କୁ ମାରଧର କରିଥିଲେ ବୋଲି ପୁଲିସ୍‌ ସମ୍ମୁଖରେ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking