27.1 C
Bhubaneswar
Wednesday, May 8, 2024
Homeଓଡିଶାପରିଚୟ ଖୋଜୁଛି କଳାହାଣ୍ଡିର " ହାବସପୁରୀ ସାଢୀ "

ପରିଚୟ ଖୋଜୁଛି କଳାହାଣ୍ଡିର ” ହାବସପୁରୀ ସାଢୀ “

ଭବାନୀପାଟଣା : କଳାହାଣ୍ଡି ହେଉଛି କଳା ରେ ପରିପୂର୍ଣ୍ଣ ହାଣ୍ଡି l ସେ ହସ୍ତ କଳା ହେଉ ଅବା ନୃତ୍ଯ କଳା l ଏମିତି କି ବୟନ ଶିଳ୍ପ ରେ ମଧ୍ଯ ଦେଶ ବିଦେଶ ରେ ନାଁ ରହିଛି l ଆଉ ଏହି ବୟନ ଶିଳ୍ପ ମଧ୍ଯରୁ ହାବସପୁରୀ ସାଢୀ ହେଉଛି ଅନ୍ଯତମ l ତେବେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଭଳି କି ଭଳି ସାଢି ପ୍ରସ୍ତୁତ ହେଉଥିବା ବେଳେ କଳାହାଣ୍ଡି ର ହାବସପୁରୀ ସାଢୀ ଦିନେ ସମଗ୍ର ଦେଶ ରେ ନିଜର ସ୍ବତନ୍ତ୍ର ପରିଚୟ ଶୃଷ୍ଟି କରିଛି l କିନ୍ତୁ ପ୍ରସାଶନିକ ଅବହେଲା ହେଉ ଅବା ସରକାର ଙ୍କ ଆନ୍ତରୀକତା ଅଭାବ କାରଣ ରୁ କଳାହାଣ୍ଡି ରେ ବୟନ ଶିଳ୍ପ ଏବେ ଅଧୋଗତି ହେବାରେ ଲାଗିଛି l ଯାହା ଫଳରେ ଏହି ହାବସପୁରୀ ସାଢୀ ଏବେ ହଜିବାକୁ ବସିଲାଣୀ l ତେବେ ବୁଣାକାର ମାନଙ୍କ କହିବା ଅନୁସାରେ ଉନବିଂଶ ସତାବ୍ଦି ରେ କନ୍ଧ ସମ୍ପ୍ରଦାୟର ଲୋକେ ଏହି ହାବସପୁରୀ ସାଢୀ ବୁଣା ଆରମ୍ଭ କରିଥିଲେ l କିନ୍ତୁ ପରବର୍ତ୍ତି ସମୟରେ ଭୁଲିଆ ବା ମେହେର ସମ୍ପ୍ରଦାୟର ଲୋକେ ଏହାକୁ ନିଜର କୌଳିକ ବୃତ୍ତି ହିସାବରେ ଗ୍ରହଣ କରିଥିଲେ l

ତେବେ ବର୍ତ୍ତମାନ ଯୁଗରେ ବିଭିନ୍ନ ସାଢୀ ବଜାର କୁ ଆସିବା ଯୋଗୁଁ ହାତ ବୁଣା ସାଢୀ ର ଚାହିଦା ଧିରେ ଧିରେ କମିବାକୁ ଲାଗିଛି l ଯାହା ଦ୍ବାରା ବୁଣାକାର ମାନଙ୍କ ବେପାର କମି ଜିବାରୁ ସାଢୀ ବୁଣିବା ଛାଡି ଅନ୍ଯ କାମ ରେ ନିଜକୁ ନିୟୋଜିତ କରି ପରିବାର ପ୍ରତିପୋଷଣ କଲେ l ଫଳରେ ହାବସପୁରୀ ସାଢୀ ଆଉ ବଜାର ରେ ଦେଖିବାକୁ ମିଲୁନାହିଁ l ବର୍ତ୍ତମାନ ଏହି ସାଢି ବିଲୁପ୍ତ ହେବାକୁ ବସିଥିବା ବେଳେ ନିଜର କଳା କୌଷଳ କାରୀଗରୀ ବିଦ୍ଯାର ପରିଚୟ ଦେବା ପାଇଁ ଆଜି ମଧ୍ଯ ଜୁନାଗଡ ବ୍ଲକ୍ ରେ ଥିବା ଭୁଲିଆ ବା ମେହେର ସମ୍ପ୍ରଦାୟ ର କିଛି ଲୋକେ କମ୍ ମାତ୍ରାରେ ବୁଣୁଛନ୍ତି l ତେବେ ସମ୍ବଲପୁରୀ ସାଢୀ ର ମୁହଁରେ ବାନ୍ଧ କଳା ରେ ଝଟକୁ ଥିବା ବେଳେ ହାବସପୁରୀ ସାଢୀ ରେ ୬୦ ବର୍ଷ ପୂର୍ବରୁ ସାଢୀ ର ମୁହଁ ଆଉ ଦେହ ରେ ବାନ୍ଧ ରହିଛି l ଏମିତି କି ୧୯୫୧ ମସିହାରେ କଳାହାଣ୍ଡି ଜିଲ୍ଲା ର ହାବସପୁରୀ ସାଢୀ ଦିଲ୍ଲୀ ର ପ୍ରଦର୍ଶନୀ ପଡିଆରେ ଭାଗ ନେଇ ଆଦୃତ ହୋଇଥିଲା l

ସେହି ସମୟ ରେ ଥିବା ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ହାବସପୁରୀ ସାଢୀ ଦେଖି ମୋହି ଯାଇଥିଲେ ବୋଲି ବୁଣାକାର ମାନେ କହନ୍ତି l କିନ୍ତୁ ସମଗ୍ର ଦେଶ ଏବଂ ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ଶୃଷ୍ଟି କରିଥିବା ହାବସପୁରୀ ସାଢୀ କୁ ଅଣଦେଖା କରୁଥିବା ରୁ ଏହି ହାବସପୁରୀ ସାଢୀ ଭଲି ବୟନଶିଳ୍ପ ଏବେ ଲୋପ ପାଇବାକୁ ବସିଲାଣୀ l ଯଦି ରାଜ୍ଯ ସରକାର କିମ୍ବା କୌଣଷି ସଂସ୍ଥା ପକ୍ଷରୁ ବୁଣାକାର ମାନଙ୍କୁ ସୁବିଧା ସୁଯୋଗ ଯୋଗା ଦିଆଯାଇ ପାରନ୍ତା ତାହେଲେ ଦିନେ ଚହଳ ପକାଉ ଥିବା ହାବସପୁରୀ ସାଢୀ ନିଜର ପୂର୍ବ ପର୍ଯ୍ଯାୟ କୁ ଫେରି ପାରନ୍ତା l ଏବଂ କଳାହାଣ୍ଡି ଜିଲ୍ଲାର କୁଟିର ଶିଳ୍ପ କିଛି ଲୋକଙ୍କ ଜିବନରେ ରେଖା ହୋଇ ପାରନ୍ତା ବୋଲି କଳାହାଣ୍ଡି ବାସୀ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking