28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବୃହସ୍ପତିଙ୍କ ଚନ୍ଦ୍ର ଗାନମେଡେରେ ଜଳୀୟ ବାଷ୍ପ

ବୃହସ୍ପତିଙ୍କ ଚନ୍ଦ୍ର ଗାନମେଡେରେ ଜଳୀୟ ବାଷ୍ପ

ନୂଆଦିଲ୍ଲୀ : ଆମେରିକୀୟ ମହାକାଶ ସଂସ୍ଥା ନାସାର ହବଲ ମହାକାଶ ଟେଲିସ୍କୋପ ବୃହସ୍ପତି ଗ୍ରହର ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କରିଛି । ଏଭଳି ଏକ ଆବିଷ୍କାର ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଇଛି । ହବଲ ଟେଲିସ୍କୋପର ସ୍ପେକଟ୍ରୋସ୍କୋପିକ ତଥ୍ୟଗୁଡିକୁ ବିଶ୍ଳେଷଣ କରାଯିବା ପରେ ବୃହସ୍ପତି ଚନ୍ଦ୍ର ଗାନିମେଡରେ ଜଳୀୟ ବାଷ୍ପ ଠାବ କରାଯାଇଛି । ୧୯୯୮ରେ ହବଲ ଟେଲିସ୍କୋପର ଇମେଜିଂ ସ୍ପେକଟ୍ରୋଗ୍ରାଫ ଉକ୍ତ ଚନ୍ଦ୍ରରେ ଅରାଲ ବ୍ୟାଣ୍ଡ୍‍ ନାମରେ ଇଲେକ୍ଟ୍ରିଫାଏଡ ଗାସ ଠାବ କରିଥିଲା । ଗାନିମେଡ ସୂର୍ଯ୍ୟ ଠାରୁ ପ୍ରାୟ ୫୦ କୋଟି ମାଇଲ ଦୂରରେ ରହିଥିଲେ ମଧ୍ୟ ଏହାର ପୃଷ୍ଠଭାଗ କଠିନ ବରଫରେ ଆଚ୍ଛାଦିତ ଏବଂ ତାପମାତ୍ରା ୩୦୦ ଡିଗ୍ରୀ ସେଲସିୟସ। ଏହାର ଅର୍ଥ ହେଉଛି ଉକ୍ତ ଚନ୍ଦ୍ର ପୃଷ୍ଠଭାଗରେ ଥିବା ବରଫ ଅତ୍ୟନ୍ତ ଟାଣ ଏବଂ ପଥର ଭଳି ହୋଇଯାଇଛି । କିନ୍ତୁ ସୂର୍ଯ୍ୟ ରଶ୍ମିର କିଛି ଚାର୍ଜ କଣିକା ଏହି ବରଫ ସଂସ୍ପର୍ଶରେ ଆସି ତାହାକୁ ଜଳୀୟ ବାଷ୍ୱରେ ପରିଣତ କରିପାରେ। ବିଶେଷକରି ମଧ୍ୟାହ୍ନ ସମୟରେ ତାପମାତ୍ରା ସର୍ବାଧିକ ରହିଥିବାବେଳେ ଏଭଳି ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking