29.1 C
Bhubaneswar
Monday, May 6, 2024
Homeଓଡିଶାଓଡିଶାରେ ଅଫିସରଙ୍କ ଆତଙ୍କ ରାଜ : ମନମୋହନ ସାମଲ

ଓଡିଶାରେ ଅଫିସରଙ୍କ ଆତଙ୍କ ରାଜ : ମନମୋହନ ସାମଲ

ଭୁବନେଶ୍ୱର : ବିଜେପିର ଚାର୍ଜସିଟ୍ ଲୋକାର୍ପିତ ଅବସରରେ ରାଜ୍ୟ ସଭାପତିଙ୍କ ମନ୍ତବ୍ୟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଓଡ଼ିଆ ଲୋକଙ୍କ ଅସ୍ମିତା ପାଇଁ ଲଢ଼େଇ କରିବ ବିଜେପି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଆଜି ରାଜ୍ୟର ମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ମୁହଁରୁ ପଦୁଟିଏ କଥା ବାହାରୁନାହିଁ। ରାଜ୍ୟରେ ୨୫ ବର୍ଷ ଭିତରେ କ’ଣ କ’ଣ ସମସ୍ୟା ଦେଖାଦେଇଛି ତାହା କହିଛି ବିଜେପି । ରାଜ୍ୟରେ ହଜାର ହଜାର ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା , କମିଶନ ବି ବସିଲା କିନ୍ତୁ ଫଳ କିଛି ହେଲାନି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡି ସରକାର। ଓଡ଼ିଶାରେ ୭୫ ବର୍ଷ ପରେ ସବୁଠୁ ଚିନ୍ତାଜନକ ବିଷୟକୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସରକାର। ଏ ରାଜ୍ୟରେ ମନ୍ତ୍ରୀ , ଏମଲଏ, ଏମପିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହାଁନ୍ତି ବିଜେଡି ସରକାର। ସେମାନଙ୍କ ମର୍ଯ୍ୟାଦା ରଖିପାରୁନାହାନ୍ତି । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ରହି ଶାସନ ନିୟନ୍ତ୍ରଣ କରୁଛନ୍ତି। ଅଫିସରଙ୍କ ଆତଙ୍କ ରାଜ୍ୟରେ ନୂଆ ରୂପ ନେଇଛି ବୋଲି କହିଛନ୍ତି ମନମୋହନ ସାମଲ। ଏ ସରକାର ଗାଁକୁ ସମ୍ମାନ ଦେଇନାହାଁନ୍ତି । ରାଜ୍ୟର ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାରଙ୍କ ବିରୋଧରେ ଅସନ୍ତୋଷ ବିସ୍ଫୋରଣ ହୋଇଛି। ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking