30.1 C
Bhubaneswar
Monday, May 6, 2024
Homeଖାଦ୍ୟଖରା ପ୍ରଭାବରୁ ରକ୍ଷା ପାଇବା ପାଇଁ ଖାଇବାରେ ସାମିଲ କରନ୍ତୁ ସ୍ୱତନ୍ତ୍ର ଖାଦ୍ୟ

ଖରା ପ୍ରଭାବରୁ ରକ୍ଷା ପାଇବା ପାଇଁ ଖାଇବାରେ ସାମିଲ କରନ୍ତୁ ସ୍ୱତନ୍ତ୍ର ଖାଦ୍ୟ

ଭୁବନେଶ୍ୱର : ପ୍ରଚଣ୍ଡ ଖରା କାରଣରୁ ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ। ଖରାଦିନେ ଅସହ୍ୟ ଖରା ତାତିରୁ ଜନଜୀବନ ଛଟପଟ୍ ହୋଇଯାଏ। ଫଳରେ ଅତ୍ୟଧିକ ହାଲିଆ ଅନୁଭବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥାଏ। ଖରାଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ସହ ନିଜ ଦୈନନ୍ଦିନ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରିବା ଆବଶ୍ୟକ। ଖରାଦିନେ ନିଜକୁ ସୁସ୍ଥବାନ୍ ରଖିବା ପାଇଁ ଶରୀରରେ ଜଳୀୟ ଅଂଶର ଅଭାବ ହେବାକୁ ଆଦୌ ଦିଅନ୍ତୁ ନାହିଁ। କାରଣ ଖରାଦିନେ ପ୍ରବଳ ଖରା ସହ ହିଟ୍ ୱେଭ୍ ସମସ୍ୟା ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ହିଟ୍ ୱେଭ୍ ପ୍ରଭାବରୁ ଅଚେତ୍ ହେବା, ଜ୍ୱର ହେବା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ପେଟ ଖରାପ, ମୁଣ୍ଡ ବିନ୍ଧା, ଶରୀରରେ ଯନ୍ତ୍ରଣା, ହାଲିଆ ଅନୁଭବ ହୋଇଥାଏ। ତେଣୁ ଏସବୁରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ ।
କମଳା :
ଖରାଦିନେ କମଳା ସେବନ କରିବା ଖୁବ ଲାଭଦାୟକ। କମଳାର ଗୁଣ ଶରୀରକୁ ଶୀତଳତା ପ୍ରଦାନ କରିବା। ଏଥିରେ ୮୮ ପ୍ରତିଶତ ଜଳ, ଭିଟାମିନ୍ ସି, ଏ, କ୍ୟାଲସିୟମ ଓ ଫାଇବର ରହିଛି। ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଖରାଦିନେ କମଳା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏଥିରେ ପୋଟାସିୟମ ମାତ୍ରା ରହିଛି। ଯାହା ଶରୀରର ମାଂସପେଶୀ ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହୋଇଥାଏ।
ତରଭୂଜ :
ତରଭୂଜ ସେବନ କରିବା ମଧ୍ୟ ଲାଭଦାୟକ। ତରଭୂଜ ସେବନ କରିବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ପୂରଣ ହୋଇଥାଏ। ଏଥିରେ ପ୍ରାୟ ୯୨ ପ୍ରତିଶତ ଜଳ ରହିଛି। ଏହା ବ୍ୟତୀତ ଏଥିରେ ଫାଇବର, ଭିଟାମିନ ସି, ଭିଟାମିନ ଏ, ପୋଟାସିୟମ, ମେଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।
କାକୁଡି :
କାକୁଡିରେ ପ୍ରାୟ ୯୫ ପ୍ରତିଶତ ଜଳ ରହିଛି। ଏହା ବ୍ୟତୀତ ଏଥିରେ ଭିଟାମିନ କେ, ପୋଟାସିୟମ ଓ ମେଗ୍ନେସିୟମ ଭରପୁର ମାତ୍ରାରେ ରହିଛି। କାକୁଡିର ସେବନ କରିବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ପୂରଣ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking