32.1 C
Bhubaneswar
Friday, April 26, 2024
Homeଓଡିଶାପୌର ଉପାଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କିଏ କେଉଁଠି କଲା କବ୍‌ଜା....

ପୌର ଉପାଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କିଏ କେଉଁଠି କଲା କବ୍‌ଜା….

ଭୁବନେଶ୍ୱର : ପୌର ଉପାଧ୍ୟକ୍ଷ ନିର୍ବାଚନ ଅଧିକାଂଶ ସ୍ଥାନରେ ବାଜି ମାରିଛି ବିଜେଡି । ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍‌ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ ।

ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍‌ଜା….
ମାଲକାନଗିରି ପୌରାଧ୍ୟକ୍ଷ ହେଲେ ବିଜେଡିର କବିତା ମହାନ୍ତ । ସେଭହିଳି ଗୁଣପୁରର ପୌରାଧ୍ୟକ୍ଷ ହେଲେ ଶିବପ୍ରସାଦ ଗୌଡ଼ (ସ୍ୱାଧୀନ), ବଲାଙ୍ଗିର ଗାୟତ୍ରୀ ଭୋଇ (ବିଜେଡି), ବୌଦ୍ଧ ସୁବାସିନୀ ସେଠୀ (ବିଜେଡି), ବିନିକା ତପସ୍ୱିନୀ ମେହେର (ବିଜେଡି), ଝାରସୁଗୁଡ଼ା ବେଣୁଗୋପାଳ ପଣିଗ୍ରାହୀ (ବିଜେଡି), ବ୍ରଜରାଜନଗର ଗୋପାଳ ସିତାନୀ (ବିଜେଡି), କୁଚିଣ୍ଡା ଦେବଯାନୀ କାଲୋ (ବିଜେଡି), ଖୋର୍ଦ୍ଧା ସୌର ରଞ୍ଜନ ମହାପାତ୍ର (ବିଜେଡି), ଜଟଣୀ ଆରତୀ ରାଉତ (ବିଜେଡି), କଣ୍ଟାବାଞ୍ଜି ମନୋରମା ରାଉତ (କଂଗ୍ରେସ), ଭଦ୍ରକ ଅଞ୍ଜୁବାଳା ଜେନା (ବିଜେଡି), କାଶୀନଗର ରଘୁରାମ ସାହୁ (ବିଜେଡି), ପାରଳାଖେମୁଣ୍ଡି ଲେଙ୍କା ମଧୁ (ବିଜେଡି), ପଦ୍ମପୁର ଭାରତୀ ପଟ୍ଟନାୟକ (ବିଜେଡି), କେନ୍ଦ୍ରାପଡ଼ା ଆକବରୀ ଖାତୁନ (ବିଜେଡି), ରେଢ଼ାଖୋଲ ଅନସୂୟା ପ୍ରଧାନ (ବିଜେପି), ପଟ୍ଟାମୁଣ୍ଡାଇ ଅନୁପ୍ରିୟା ସାହୁ( ବିଜେଡି), ସୁନ୍ଦରଗଡ଼ ଲଲାଟେନ୍ଦୁ ପରିଡ଼ା (ବିଜେଡି), କବିସୂର୍ଯ୍ୟନଗର ବିକ୍ରାନ୍ତ ସାହୁ (ବିଜେଡି), କୋରାପୁଟ ସବିତା ପଣ୍ଡା (ବିଜେଡି), ସୁନାବେଡ଼ା ରିତୁକାନ୍ତା (ବିଜେଡି), ଜୟପୁର ବି.ସୁନୀତା (ବିଜେଡି), ଢେଙ୍କାନାଳ ପ୍ରକାଶ ଚନ୍ଦ୍ର କୁଅଁର (ବିଜେଡି), କୋଟପାଡ ଏମ୍‌.ସନ୍ତୋଷୀ (ସ୍ୱାଧୀନ), ଜଗତସିଂହପୁର ରାଜେନ୍ଦ୍ର ବିଷୋୟୀ (ବିଜେପି), ଫୁଲବାଣୀ ପାୟଲ ବେହେରା (ବିଜେଡି), ଉଦଳା ଲିଲି ଭୋଳ (ବିଜେଡି), ରାୟଗଡ଼ା ଶୁଭ୍ରା ପଣ୍ଡା (ବିଜେଡି) ।

ତେବେ କଟକର ଡେପୁଟୀ ମେୟର ନିର୍ବାଚିତ ହେଲେ ବିଜେଡିର ଦମୟନ୍ତୀ ମାଝୀ । ଆଜି ସିଏମ୍‌ସିରେ ହୋଇଥିବା ଡେପୁଟୀ ମେୟର ନିର୍ବାଚନରେ ସେ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking