31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶ‘ଗୋ ଗୋଟାବାୟା ଗୋ’ ନାରାରେ କମ୍ପୁଛି ଶ୍ରୀଲଙ୍କା

‘ଗୋ ଗୋଟାବାୟା ଗୋ’ ନାରାରେ କମ୍ପୁଛି ଶ୍ରୀଲଙ୍କା

କଲମ୍ବୋ : ଶ୍ରଲଙ୍କାରେ ହାହା କାର । ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି । ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର । ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର । ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି । ‘ଗୋ ଗୋଟାବାୟା ଗୋ’ ଏଭଳି ନାରାରେ କମ୍ପୁଛି ଶ୍ରୀଲଙ୍କା । ଦରଦାମର ଅହେତୁକ ବୃଦ୍ଧି, ବିଜୁଳି କାଟ୍‌, ପେଟ୍ରୋଲ-ଡିଜେଲ୍‌ର ଅଭାବ ଭଳି ଦୟନୀୟ ସ୍ଥିତି ଉପୁଜିଛି ଶ୍ରୀଲଙ୍କାରେ । ଯାହାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।

ପ୍ଲା-କାର୍ଡ ସାଙ୍ଗକୁ ସରକାର ବିରୋଧୀ ନାରା ଦେଉଛନ୍ତି ଉତ୍ତ୍ୟକ୍ତ ଲୋକେ । ଶ୍ରୀଲଙ୍କା ରାଜନୀତିରେ ସକ୍ରିୟ ତଥା ଲୋକପ୍ରିୟତାର ଶୀର୍ଷରେ ଥିବା ରାଜପକ୍ଷେ ପରିବାରକୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଏପରିକି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି ଜୋର ଧରିଛି । କେବଳ ସେତିକି ନୁହେଁ, ଗତ ସପ୍ତାହରେ ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ବାସବଭନ ସାମ୍ନାରେ ଧାରଣାରେ ବସିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ରାଷ୍ଟ୍ରପତି ଗୋଟାବାୟା । ଏପରିକି ୩ ଦିନିଆ କର୍ଫ୍ୟୁ ମଧ୍ୟ ଲାଗିଲା ଦେଶରେ । । କିନ୍ତୁ କୌଣସି ପ୍ରତିବନ୍ଧକୁ ଖାତିର ନକରି ବିକ୍ଷୋଭ ଜାରି ରଖିଛନ୍ତି ଲୋକେ । ଏନେଇ ଶ୍ରୀଲଙ୍କା ସରକାରର ୨୬ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ତାଙ୍କ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେଇ ନାହାନ୍ତି । ଏପ୍ରିଲ ୩ ଯାଏ ଶ୍ରୀଲଙ୍କା ସରକାରରେ ରାଜପକ୍ଷେ ପରିବାରର ୫ ସଦସ୍ୟ ମନ୍ତ୍ରୀ ଥିଲେ । ଏହା ପୂର୍ବରୁ ଶ୍ରୀଲଙ୍କା ରାଜନୀତି ଏବଂ ରାଜପକ୍ଷେ ପରିବାରକୁ ନେଇ ଚର୍ଚ୍ଚା ହୋଇଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking