31.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧବୁଚାରେ ଋଷ କମାଣ୍ଡରର ହିଂସାତ୍ମକ ନିର୍ଦ୍ଦେଶ: କହିଲେ ୫୦ ବର୍ଷରୁ କମ୍ ଲୋକଙ୍କୁ ହତ୍ୟା କର

ବୁଚାରେ ଋଷ କମାଣ୍ଡରର ହିଂସାତ୍ମକ ନିର୍ଦ୍ଦେଶ: କହିଲେ ୫୦ ବର୍ଷରୁ କମ୍ ଲୋକଙ୍କୁ ହତ୍ୟା କର

କିଭ୍ : ଋଷ ସେନାକୁ ୟୁକ୍ରେନ ନରସଂହାର ପାଇଁ ଦୋଷୀ କୁହାଯାଉଛି । କାରଣ ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ପ୍ରକୃତ ଅପରାଧୀ ଥିଲେ ଋଷ ସାମରିକ । ଏମିତିକି ଋଷ ସେନା କମାଣ୍ଡର ନିଜର ସେନାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଯେ ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଚିହ୍ନଟ କରି ହତ୍ୟା କରିବ ଓ ମହିଳାମାନଙ୍କୁ ବଳାତ୍କାର କର । ଯାହାକି ସବୁଠାରୁ ନୃଶଂସ ନିର୍ଦ୍ଦେଶ ଥିଲା । ତେବେ ଏହା ବ୍ରିଟିଶ ଗଣମାଧ୍ୟମ ଦ୍ୱାରା ଏହି ଦାବି କରାଯାଇଛି । ସେ ତାଙ୍କ ରିପୋର୍ଟରେ ରୁଷିଆ କମାଣ୍ଡରଙ୍କୁ ବୁଖାର ବଟର୍ ବୋଲି ବର୍ଣ୍ଣନା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର କମାଣ୍ଡର ଅଜତବେକ୍ ଓମୁର୍ବେକୋଭ୍ ସାଧାରଣ ନାଗରିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିବା ପରେ ମୃତଦେହକୁ କବର ଦେବା ପାଇଁ ମାତ୍ର କୋଡ଼ିଏ ମିନିଟ୍ ସମୟ ଦେଇଥିଲେ । ଏମିତିକି ଋଷ ସେନା ଯାହାକୁ ନେଇ ତାକୁ ମାରି ଗଡାଉଛନ୍ତି ୟୁକ୍ରେନରେ । ବହୁ ସାଧାରଣ ନାଗରିକଙ୍କୁ ବଳପୂର୍ବକ ପୋଷାକ ଛଡ଼ାଇ ନିଆଯାଇଥିଲା ଏବଂ ସାଧାରଣ ନାଗରିକଙ୍କ ଉପରେ ୟୁକ୍ରେନ ଆର୍ମି ଟାଟୁ ଖୋଜି ଖୋଜି ତାଙ୍କୁ ମାରିଦିଆ ଯାଉଥିଲା । ଏମିତିକି ମହିଳାମାନେ ମଧ୍ୟ ବଳାତ୍କାର ହୋଇଥିଲେ । ଗଣମାଧ୍ୟମ ରିପୋର୍ଟରେ ଜାତିସଂଘ ମଧ୍ୟ ଏହି ନରସଂହାର ପାଇଁ ଋଷକୁ ଦାୟୀ କରିଛି । ଯୁଦ୍ଧ କେବେ ସରିବ ତାହା କାହାକୁ ବି ଜଣା ନାହିଁ । ଏପରି ସ୍ଥିତିରେ ୟୁକ୍ରେନବାସୀ ମଧ୍ୟ ଦେଶ ଛାଡ଼ି ପଳାୟନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking