31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମୋଦୀଙ୍କ ସର୍ବଦଳୀୟ ବୈଠକ, ପାକ୍ ବିଦେଶ ମନ୍ତ୍ରୀଙ୍କ ଚେତାବନୀ

ମୋଦୀଙ୍କ ସର୍ବଦଳୀୟ ବୈଠକ, ପାକ୍ ବିଦେଶ ମନ୍ତ୍ରୀଙ୍କ ଚେତାବନୀ

ଇସଲାମାବାଦ:  ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ୧୪ ଜଣ ଶୀର୍ଷ ନେତାଙ୍କୁ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି । ଏହି ବୈଠକରେ ନୂତନ ଭାବେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଯିବା ଉପରେ ମୁଖ୍ୟତଃ ଆଲୋଚନା ହୋଇପାରେ । ତେବେ ଏହି ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ପାକିସ୍ତାନ ପକ୍ଷରୁ ବିଦେଶ ମନ୍ତ୍ରୀ ଶାହ ମାହମୁଦ କୁରୈଶୀ ଭାରତକୁ ଚେତାବନୀ ଦେଇଛନ୍ତି । ଗତ ୨୦୧୯ ଅଗଷ୍ଟ ୫ରେ ଭାରତ ମସ୍ତବଡ଼ ଭୁଲ୍ କରିଥିବା ବେଳେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଏହି ଆଦେଶ ଆଉ କୌଣସି ବେଆଇନ କାର୍ଯ୍ୟ ନ କରିବା ଉଚିତ ।

ବିଶେଷକରି ଜମ୍ମୁ-କଶ୍ମୀରର ଭୌଗୋଳିକ ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଆଦୌ ଆଇନସମ୍ମତ ନୁହେଁ । ଜମ୍ମୁ-କଶ୍ମୀରର ବିଭାଜନକୁ ପାକିସ୍ତାନ ବିରୋଧ କରିବ ବୋଲି କୁରୈଶୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏହି ବିବୃତିରେ ଆହୁରି କୁହାଯାଇଛି ଯେ ପାକିସ୍ତାନ ଜମ୍ମୁ-କଶ୍ମୀରଠାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରିନେବା ପରେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିଛି । ଏନେଇ ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି) ସମେତ ୧୦ଟି ଅନ୍ତର୍ଜାତୀୟ ସଂଗଠନକୁ ଅବଗତ କରାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଜମ୍ମୁ-କଶ୍ମୀର ବିବାଦର ସମାଧାନ ୟୁଏନଏସସି ରିଜଲ୍ୟୁସନ୍ ଓ କଶ୍ମୀରୀଙ୍କ ପସନ୍ଦ ଅନୁସାରେ ହୋଇପାରିଲେ ହିଁ ଦକ୍ଷିଣ ଏସିଆରେ ଶାନ୍ତିର ବାତାବରଣ ପୁନର୍ବାର ସମ୍ଭବପର ହୋଇପାରିବ ବୋଲି ଉକ୍ତ ବିବୃତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking