28.1 C
Bhubaneswar
Saturday, April 27, 2024
Homeଖେଳଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ୍ସ ଟିକେଟ୍‌ରୁ ବଞ୍ଚିତ

ଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ୍ସ ଟିକେଟ୍‌ରୁ ବଞ୍ଚିତ

କଟକ : ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ସକାଶେ ସଂଘର୍ଷ କରୁଥିବା ବେଳେ ସୋମବାର ମାତ୍ର ୦.୨ ସେକେଣ୍ଡ୍ ପାଇଁ ଏଥିରୁ ବଞ୍ଚିତ ହୋଇଛନ୍ତି । ପଞ୍ଜାବର ପାଟିଆଲାଠାରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁପ୍ରି’-୪ରେ ଦୂତୀ ଶହେ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଛନ୍ତି । ସେ ନିଜର ପୁରୁଣା ଜାତୀୟ ରେକର୍ଡକୁ ନିଜେ ଭଙ୍ଗ କରିଛନ୍ତି । ସେ ୧୦୦ ମିଟର ଦୂରତାକୁ ମାତ୍ର ୧୧.୧୭ ସେକେଣ୍ଡ୍‌ରେ ଅତିକ୍ରମ କରିଛନ୍ତି । ପୂର୍ବରୁ ଗତ ୨୦୧୯ରେ ରାଞ୍ଚିଠାରେ ଅନୁଷ୍ଠିତ ଇଭେଣ୍ଟ୍‌ରେ ଏହି ଓଡ଼ିଆ ଆଥଲେଟ୍ ଜଣକ ଶହେ ମିଟର ଦୂରତାକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରିଥିଲେ ।

କିନ୍ତୁ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ରହିଥିବା ଯୋଗ୍ୟତା ମାର୍କ ୧୧.୧୫ ସେକେଣ୍ଡ୍‌ଠାରୁ ପଛରେ ରହିଯାଇଛନ୍ତି । ଅବଶ୍ୟ ଦୂତୀଙ୍କ ପାଖରେ ଏବେ ବି ଏହି ଟିକେଟ୍ ହାସଲ କରିବାର ଶେଷ ସୁଯୋଗ ରହିଛି । କାରଣ ଆସନ୍ତା ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବାକୁ ଥିôବା ରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍ ଅନୁଷ୍ଠିତ ହେବ । ଏଥିରେ ଦୂତୀ ଭାଗ ନେଇ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାଗ ନେବା ପାଇଁ ଉଦ୍ୟମ କରିବେ ।

ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାରୁ ତାଙ୍କୁ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଇଭେଣ୍ଟରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ସକାଶେ ଶୁଭ କାମନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟତମ ମହିଳା ଆଥଲେଟ୍ ଜଉନା ମୁର୍ମୁ ୪୦୦ ମିଟର ଦୌଡ଼ରେ ୫୭.୩୩ ସେକେଣ୍ଡ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking