29.1 C
Bhubaneswar
Saturday, April 20, 2024
Homeଓଡିଶାମହାରାଷ୍ଟ୍ରର ରାଜୁରି ଷ୍ଟିଲରେ ଫର୍ନେସ ବିଷ୍ଫୋରଣ କୋରାଇର ଅଞ୍ଚଳ ର ଦୁଇ ଶ୍ରମିକ ମୃତ, ଜଣେ...

ମହାରାଷ୍ଟ୍ରର ରାଜୁରି ଷ୍ଟିଲରେ ଫର୍ନେସ ବିଷ୍ଫୋରଣ କୋରାଇର ଅଞ୍ଚଳ ର ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର

ଯାଜପୁର : ଜିଲ୍ଲାର କୋରେଇ ବ୍ଲକ ବଡ ବିରୁଆ ଗ୍ରାମର ଦୁଇ ଜଣ ଯୁବକ ଙ୍କର ମହାରାଷ୍ଟ୍ର ଏକ କାରଖାନା ରବିସ୍ପୋରଣ ରେ ମୃତ୍ୟୁ ଘଟି ଥିବା ର ଖବର ହସ୍ତ ଗତ ହୋଇଛି l କଳିଙ୍ଗନଗର ଶିଳ୍ପା ଅଂଚଳ ରେ କାମ ଦାମ ନ ମିଳିବା ରୁ କାର୍ଯ୍ୟ କରିବା ପାଇଁ ବଡ ବିରୁଆ ର ତିନି ଜଣ ଯୁବକ କାର୍ଯ୍ୟ କରିବା ପାଇଁ ମହାରାଷ୍ଟ୍ର ଯାଇ ଥିଲେ ସେଠାରେ ମହାରାଷ୍ଟ୍ରର ଜଳାନ ଜିଲାର ରାଜୁରୀ ଷ୍ଟିଲ ଆଣ ଟିଏମଟି ବାର ତରଳ ଷ୍ଟିଲ ଫର୍ନେସ କାର୍ଯ୍ୟ କରୁ ଥିଲେ l କାରଖାନା ର ଫର୍ନେସେ ବିଷ୍ଫାରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୨ଯୁବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଯୁବକ ଦ୍ୱୟ ବଡବିରୁଆ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୪) ତାଙ୍କ ମଝିଆପୁଅ (ପୁଅ ପ୍ରସନ୍ନ 26ମଧ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।

ପ୍ରାପ୍ତସୂଚନାରୁ ପ୍ରକାଶଯେ, ବଡବିରୁଆ ଗ୍ରାମର ବେଣୁଧର କବିଙ୍କ ପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ୨ପୁଅ ହେମନ୍ତ ଓ ପ୍ରସନ୍ନ ପରିବାରପରିପୋଷଣ କରିବା ପାଇଁ କାମ କରିବାକୁ ୨ମାସ ପୂର୍ବେ ମହାରାଷ୍ଟ୍ର ଯାଇଥିଲେ । ସେଠାକାର ଜଳାନ ଜିଲାର ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର କମ୍ପାନୀରେ କାମ କରୁଥିଲେ । ଶନିବାର ପୂର୍ବାହ୍ଣ ୧୧ଟା ବେଳେ କୌଣସି କାରଣରୁ ଅଚନାକ ଭାବେ ଷ୍ଟିଲ ଫର୍ନେସ ବିସ୍ଫୋରଣ ହୋଇଥିଲା । ସେଠାରେ କାମ କରୁଥିବା ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲୋ ।

ତୁରନ୍ତ ସେମାନଙ୍କୁ ନେଇ ଆଉରଙ୍ଗାବାଦ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ବଡ ବିରୁଆ ଗ୍ରାମର ର ବେଣୁଧର କବିଙ୍କ ସାନପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ ପ୍ରଭୁତି ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଜଟାଝାରୀ ପଲେଇଙ୍କ ମଝିଆ ପୁଅ ପ୍ରସନ୍ନ ଗୁରୁତରହୋଇ ଚିକିତ୍ସାଧିନ ଅଛନ୍ତି । ଖବର ମିଳିଲା ପରେ ବଡ ବିରୁଆ ଗ୍ରାମ ସ୍ତବ୍ଧ ହୋଇ ଯାଇ ଥିଲା ଗ୍ରାମ ରେ ଶୋକାକୁଳ ପରିବେଶ ପରି ସ୍ଥିତି ସୃଷ୍ଟି ହୋଇ ପଡିଛି l

ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ,

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking