27.1 C
Bhubaneswar
Thursday, April 25, 2024
Homeଓଡିଶାନିତି ଆୟୋଗ ଆଡ୍‌ଭାଇଜାରୀ ଟିମ୍ ସହ ପରାମର୍ଶ ବୈଠକ

ନିତି ଆୟୋଗ ଆଡ୍‌ଭାଇଜାରୀ ଟିମ୍ ସହ ପରାମର୍ଶ ବୈଠକ

ଭୁବନେଶ୍ୱର : ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପ୍ରଦର୍ଶନରେ ଓଡ଼ିଶା ଆଗେଇଛି । ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାର ପ୍ରଦର୍ଶନ ୧୦ ପଏଣ୍ଟ୍ ବଢ଼ିଛି । ଏସ୍‌ଡିଜି ଇଣ୍ଡେକ୍ସ ଇଣ୍ଡିଆ ୨୦୨୦-୨୧ ଉପରେ ନିତି ଆୟୋଗ ଆଡ୍‌ଭାଇଜାରୀ ଟିମ୍ ସହ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବୈଠକରୁ ଏହି ସୂଚନା ମିଳିଛି । ନିତି ଆୟୋଗ ଟିମ୍ ଓଡ଼ିଶା ଗସ୍ତରେ ଆସିଥିବାବେଳେ ସୋମବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଡାସ୍‌ବୋର୍ଡର ଉପସ୍ଥାପନା ରଖି ଉପଦେଷ୍ଟା ସାନ୍ୟୁକ୍ତା ସମାଦ୍ଦାର ଦର୍ଶାଇଛନ୍ତି ଯେ ୨୦୧୯ରେ ନିତି ଆୟୋଗର ଏସ୍‌ଡିଜି ପ୍ରଦର୍ଶନ ସୂଚୀରେ ଓଡ଼ିଶାର ସ୍କୋର ୫୧ ରହିଥିବାବେଳେ ୨୦୨୦ରେ ଏହା ୬୧କୁ ବୃଦ୍ଧି ପାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ସଂକ୍ରାନ୍ତ ଏସ୍‌ଡିଜି-୧୩ରେ ରାଜ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି । ସେହିପରି ସମଦ୍ର, ମହାସାଗର ଓ ସାମୁଦ୍ରିକ ସମ୍ପଦର ନିରନ୍ତର ବିନିଯୋଗ ଏବଂ ସଂରକ୍ଷଣ ସଂକ୍ରାନ୍ତ ଏସ୍‌ଡିଜି-୧୪ରେ ମଧ୍ୟ ଓଡ଼ିଶାର ର‌୍ୟାଙ୍କ୍ ନମ୍ବର ୱାନ୍ । ଏହାବ୍ୟତୀତ ଏସ୍‌ଡିଜି ଗୋଲ୍‌ର ୯ଟି ନମ୍ବର ହାସଲରେ ଓଡ଼ିଶା ଆଗୁଆ ଥିବାବେଳେ ଏସ୍‌ଡିଜି  ୬ ନମ୍ବର ଲକ୍ଷ୍ୟ ହାସଲରେ ଓଡ଼ିଶା ଆକାଂକ୍ଷୀ ରାଜ୍ୟ ହୋଇଛି । ସ୍ୱଚ୍ଛ ଜଳ ଏବଂ ପରିମଳ ସଂକ୍ରାନ୍ତ ଗୋଲ୍‌-୬, ନିବେଶକୁ ପ୍ରୋତ୍ସାହନ, ଅଭିନବୀକରଣ ଏବଂ ଶିଳ୍ପାୟନ ଭିତ୍ତିଭୂମି ସଂକ୍ରାନ୍ତ ଲକ୍ଷ୍ୟ-୯, ୧୧ ଓ ୧୫ରେ ଓଡ଼ିଶା ଭଲ ପ୍ରଦର୍ଶନ କରଛି ।

ନିତି ଆୟୋଗ ଟିମ୍ ଦ୍ୱାରା ଉପସ୍ଥାପିତ ତଥ୍ୟକୁ ବିଚାର କରି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତୃଣମୂଳସ୍ତରରୁ ସମସ୍ତ ବିକାଶମୂଳକ ପଦକ୍ଷେପକୁ ଅଗ୍ରଗତି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ ଜେନା କହିଥିଲେ ଯେ ୨୦୨୦ର ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ସଠିକ୍ ଭାବେ ଉପସ୍ଥାପନ କରାଯାଇନାହିଁ । ମୁଖ୍ୟ ସଚିବ କହିଥିଲେ, ରାଜ୍ୟ ସରକାରଙ୍କ ଯୋଜନା ‘ମମତା’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାର୍ବଜନୀନ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ, ଗ୍ରାମୀଣ ଗୃହ, ସହରାଞ୍ଚଳ ଆବାସ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଶିକ୍ଷାରେ ରାଜ୍ୟର ପିଜିଆଇ ସ୍କୋର ଆଦିକୁ ରାଜ୍ୟର ଏସ୍‌ଡିଜି ପ୍ରଦର୍ଶନ ଆକଳନ ବେଳେ ଅନ୍ତର୍ଭୁକ୍ତ କରାଯାଉ । ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଫଳତାକୁ ଏହି ସୂଚୀରେ ସାମିଲ୍ କଲେ ଓଡ଼ିଶାର ର‌୍ୟାଙ୍କ ଅନ୍ୟ ରାଜ୍ୟ ତୁଳନାରେ ବେଶ୍ ଭଲ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking