33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ଥାନୀ ଝିଅ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ଥାନୀ ଝିଅ

ଦିଲ୍ଲୀ : ଲୋକପ୍ରିୟତାରେ ସର୍ବଦା ଆଗରେ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ୟୁକ୍ରେନ-ରୁଷ ମଧ୍ୟ ରେ ଚାଲିଥିବା ଯୁଦ୍ଧକୁ ୧୪ ଦିନ ହୋଇଗଲାଣି। ହେଲେ ଏହା ଥମିବାର ନାଁ ଧରୁନି। ଅନ୍ୟପଟେ କିପରି ସେଠାରୁ ସମସ୍ତ ଉଦ୍ଧାର ହେବେ ତାକୁ ନେଇ ଚାଲିଛି ପ୍ରକ୍ରିୟା।
କିବ୍‌ସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ୟୁକ୍ରେନ୍‌ର ଗୋଟାଏ ୱାର୍ ଜୋନ୍‌ରୁ ସ୍ଥାନାନ୍ତର ହୋଇଥିବା ଆଶ୍‌ମା ଶଫିକ୍ ନାମରେ ଜଣେ ଝିଅ ଭାରତୀୟ ଦୂତାବାସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଭାରତୀୟ ଦୂତାବାସ କାରଣରୁ ନିରାପଦରେ ସ୍ୱଦେଶ ବାହୁଡ଼ି ଯିବୁ ବୋଲି ଆଶା। କୌଣସି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଭାରତ ପାଇଁ ଏଇଟା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଭାରତ ଜଣେ ବାଲାଂଦେଶୀ ଓ ଜଣେ ନେପାଳୀ ନାଗରିକଙ୍କୁ ଉଦ୍ଧାର କରିଥିଲା। ସେମାନେ ‘ଅପରେସନ୍ ଗଙ୍ଗା’ ବ୍ୟବସ୍ଥାରେ ଚଳାଚଳ କରୁଥିବା ଭାରତୀୟ ବିମାନରେ ‌ୟୁକ୍ରେନ୍‌ରୁ ଫେରିବେ।

ସୂଚନାଅନୁସାରେ, ଭାରତୀୟ ଦୂତାବାସ କର୍ତ୍ତୃପକ୍ଷମାନଙ୍କଦ୍ବାରା ଉଦ୍ଧାର ହୋଇଥିବା ପାକିସ୍ତାନୀ ଝିଅ ଆଶ୍‌ମା ଶଫିକ୍ ଏବେ ପଶ୍ଚିମ ୟୁକ୍ରେନ୍ ଅଭିମୁଖେ ଯାଉଛନ୍ତି। ସେଠାରୁ ସେ ୟୁକ୍ରେନ୍ ବାହାରକୁ ସ୍ଥାନାନ୍ତର ହେବେ। ଏହା ପରେ ସେ ତାଙ୍କ ପରିବାରକୁ ଫେରିବେ। କିବ୍‌ସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛି। ଆମକୁ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି ପାକିସ୍ତାନୀ ଝିଅ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking