34.1 C
Bhubaneswar
Thursday, March 28, 2024
Homeଜୀବନଶୈଳୀଆପଣଙ୍କର ବ୍ଲାକ ସ୍ପଟ ଅଛି କି : ଯଦି ଅଛି ତାହେଲେ ଜଣାନ୍ତୁ କେମିତି ?

ଆପଣଙ୍କର ବ୍ଲାକ ସ୍ପଟ ଅଛି କି : ଯଦି ଅଛି ତାହେଲେ ଜଣାନ୍ତୁ କେମିତି ?

ସୁସ୍ଥ ଏବଂ ସୁନ୍ଦର ତ୍ବଚା କାହାର ବା ପସନ୍ଦ ନୁହେଁ । ସମସ୍ତେ ଚାହାଁନ୍ତି ସୁସ୍ଥ , ସୁନ୍ଦର ତ୍ବଚା ପାଇବାକୁ । କିନ୍ତୁ ଆଜିକାଲି ଅନେକଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତା ମଧ୍ୟରୁ ଆଖି ତଳେ ଡାର୍କ ସର୍କଲ ପଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ତେବେ ଏହି ସମସ୍ୟାକୁ କମ୍ କରିବା ପାଇଁ ଆସନ୍ତୁ କିଛି ସରଳ ଉପାୟ ବିଷୟରେ ଜାଣିବା ।

-କାକୁଡିକୁ ପତଳା ପତଳା କାଟି ଫ୍ରିଜରେ ରଖିବେ । ଏହା ଥଣ୍ଡା ହେବା ପରେ, ବାହାର କରି ଆଖି ଉପରେ ୧୫ ରୁ ୨୦ ମିନିଟ ଯାଏ ରଖିବେ । ତାପରେ ଏହାକୁ ବାହାର କରିବେ । ଏପରି କରିବା ଦ୍ବାରା, ଏହା ଡାର୍କ ସର୍କଲ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

-ପୁଦିନା ପତ୍ରକୁ ପେଷ୍ଟ କରି ସେଥିରେ ପାଣି ମିଶାଇ, ଏକ ତୁଳା ସାହାଯ୍ୟରେ ଡାର୍କ ସର୍କଲ ପଡିଥିବା ସ୍ଥାନରେ ଲଗାଇ, ୧୦ ରୁ ୧୫ ମିନିଟ ଯାଏ ରଖିବେ । ତାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ସଫା କରିବେ । କିନ୍ତୁ ମନେ ରଖିବେ , ଯେପରି ଏହା ଆଖି ଭିତରକୁ ନଯାଏ ।

-କମଳା ରସରେ ଗ୍ଲିସେରିନ ମିଶାଇ ଡାର୍କ ସର୍କଲ ପଡିଥିବା ସ୍ଥାନରେ ଲଗାଇବେ । କିଛି ସମୟ ପରେ ଏହାକୁ ଧୋଇ ସଫା କରିବେ ।

-ଡାର୍କ ସର୍କଲ ପଡୁଥିଲେ, ପ୍ରତିଦିନ ରାତିରେ ସେ ସ୍ଥାନରେ ବାଦାମ ତେଲ ଲଗାଇ, ହାଲକା ମସାଜ କରି ଶୋଇବେ । ସକାଳୁ ମୁହଁକୁ ଧୋଇ ସଫା କରିବେ ।

-ଫ୍ରିଜରେ ରଖା ହୋଇଥିବା ଗ୍ରୀ-ଟି ବ୍ୟାଗକୁ ଆଖି ଉପରେ କିଛି ସମୟ ରଖିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking