28.1 C
Bhubaneswar
Saturday, April 27, 2024
Homeରାଜନୀତିରାଜ୍ୟ ସରକାରଙ୍କ ମୋ ସାଇକେଲର ମହାଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାରଙ୍କ ମୋ ସାଇକେଲର ମହାଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ମୋ ସାଇକେଲ ମହାଦୁର୍ନୀତିରେ ସାମିଲ ଥିବା ସମସ୍ତ
ଅଭିଯୁକ୍ତଙ୍କୁ ଗିରଫ କରାଯାଉ: ବାବୁ ସିଂ
 ସାଇକେଲକୁ କୋକେଇରେ ରଖି ଅଭିନବ ଢଙ୍ଗରେ ପ୍ରତିବାଦ କଲା ଜିଲ୍ଲା ବିଜେପି
 ୨୫ ହଜାର ଟଙ୍କା ସାଇକେଲକୁ କବାଡିଆ ପାଖରେ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଛି
 ସ୍ମାର୍ଟ ସିଟି ଯୋଜନାରେ ଶହ ଶହ କୋଟି କେନ୍ଦ୍ରୀୟ ଅନୁଦାନକୁ ବିଏମସି ଏବଂ ବିଏସସିଏଲ ହରିଲୁଟ୍ କରିଛନ୍ତି
 ସାଇକେଲ ଗୁଡିକରେ ଜିପିଏସ ଲାଗିଥିଲେ ସୁଦ୍ଧା କିପରି ଶହ ଶହ ସଂଖ୍ୟାରେ ସାଇକେଲ କବାଡିଆ
ଦୋକାନରେ ପହଂଚିଲା ତାହା ବିଏମସି ଏବଂ ବିଏସସିଏଲ ସ୍ପଷ୍ଟ କରିବା ଦରକାର
 ସାଇକେଲ ଚୋରି ହେବା ଘଟଣାରେ ପ୍ରଶାସନ ଥାନାରେ ତେଲା ଦେଉନାହିଁ କାହିଁକି ?
 ସାଧାରଣ ଲୋକଙ୍କ ଟିକସର ଅର୍ଥକୁ ରାଜ୍ୟ ସରକାର ଦୁର୍ନୀତି କରି ଲୁଟ୍ କରୁଛନ୍ତି
 ସ୍ମାର୍ଟ ସିଟିର ସ୍ୱପ୍ନ ଦେଖାଇ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି
ଭୁବନେଶ୍ୱର,ତା.୧୯/୦୭: ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ନଭେମ୍ବର ୨୬, ୨୦୧୮ରେ ଭୁବନେଶ୍ୱରରେ ମୋ ସାଇକେଲ
ଅଭିଯାନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱଳ୍ପ ଖର୍ଚ୍ଚରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ଏହି ଅଭିଯାନ ଆରମ୍ଭ
ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଭୁବନେଶ୍ୱର ମହାନିଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତୃପକ୍ଷଙ୍କ ଦ


ଦୃଷ୍ଟି ଅଭାବ ଓ
ଅପାରଗତା ଯୋଗୁଁ ଶହ ଶହ ସାଇକେଲ କବାଡିଖାନାରେ ପଡିଛି । ୨୫ ହଜାର ଟଙ୍କା ସାଇକେଲକୁ କବାଡିଆ ପାଖରେ କିଲୋ ପିଛା ୪୦
ଟଙ୍କାରେ ବିକ୍ରି କରାଯାଉଛି । କିଛି ସରକାରୀ ଅଧିକାରୀଙ୍କ ପୋତ୍ସାହନରେ ଏସବୁ କେଳେଙ୍କାରୀ ହୋଇଛି । ମୋ ସାଇକେଲର ମହାଦୁର୍ନୀତି ପଛରେ
କିଛି ବଡବଡିଆ ସରକାରୀ ଅଫିସରଙ୍କର ସଂପୃକ୍ତି ରହିଛି । ଏହି ମହା ଦୁର୍ନୀତିରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ
କାର‌୍ୟ୍ୟାନୁଷ୍ଠାନ ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଶିଶୁଭବନ ଛକରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋ ସାଇକେଲ
ଦୁର୍ନୀତିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସାଇକେଲର ଅର୍ଥ ଭରଣା କରିବା ପାଇଁ ଭୁବନେଶ୍ୱର ଜିଲ୍ଲା
ସଭାପତି ଶ୍ରୀ ବାବୁ ସିଂ ଦାବି କରିଛନ୍ତି ।
ଶ୍ରୀ ସିଂ କହିଛନ୍ତି ଯେ, ୨ ହଜାର ସାଇକେଲକୁ ୫ କୋଟିରେ କିଣି ରାଜ୍ୟ ସରକାର ରାଜଧାନୀବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇଥିଲେ ।
ଏହାପରେ ସାଇକେଲ ରକ୍ଷଣାବେକ୍ଷଣା ପାଇଁ ଆହୁରି ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏବେ ଶହ ଶହ ସଂଖ୍ୟାରେ ସାଇକେଲ ଡୁମୁଡୁମାସ୍ଥିତ
ଏକ କବାଡିଆ ଦୋକାନରେ ବିକ୍ରି କରାଯାଇଛି । ୨୫ ହଜାର ଟଙ୍କାର ସାଇକେଲକୁ ୫୦୦ ଟଙ୍କାରେ ବିକ୍ରି କରାଯାଇଛି । ସ୍ମାର୍ଟ ସିଟି ଯୋଜନାରେ
ଶହ ଶହ କୋଟି କେନ୍ଦ୍ରୀୟ ଅନୁଦାନକୁ ବିଏମସି ଏବଂ ବିଏସସିଏଲ ହରିଲୁଟ୍ କରିଛନ୍ତି । ସାଇକେଲ ଚଲାଇବା ପାଇଁ ରାସ୍ତାକଡରେ ୩୭ କିମି
ସାଇକେଲ ଟ୍ରାକ ତିଆରି କରାଯାଇ ବିଭିନ୍ନ ରଙ୍ଗ ଦିଆଯାଇଥିଲା । ଆଜି ସେ ଟ୍ରାକ ନାହିଁ କି ସାଇକେଲ ନାହିଁ । ସାଇକେଲ ଗୁଡିକରେ ଜିପିଏସ
ଲାଗିଥିଲେ ସୁଦ୍ଧା କିପରି ଶହ ଶହ ସଂଖ୍ୟାରେ ସାଇକେଲ କବାଡିଆ ଦୋକାନରେ ପହଂଚିଲା ତାହା ବିଏମସି ଏବଂ ବିଏସସିଏଲ ସ୍ପଷ୍ଟ କରିବା
ଦରକାର । ଅନ୍ୟପକ୍ଷରେ ସାଇକେଲ ଚୋରି ହେବା ଘଟଣା ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଆସିବା ପରେ ବି କାହିଁକି ପ୍ରଶାସନ
ଥାନାରେ ଏତଲା ଦେଉନାହିଁ କି ଏହି ଦୁର୍ନୀତି ପଛରେ କାହାର ହାତ ରହିଛି ତାହାର ତଦନ୍ତ କରୁନାହିଁ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି ।
ପୂର୍ବରୁ ରାହାଗିରି ପଥୋତ୍ସବ ସମୟରେ ୪୦୦ ସାଇକେଲ ବିଏମସି ହାତକୁ ଆସିଥିଲା । ରାହାଗିର ବନ୍ଦ ହେବା ପରେ ସେ ସାଇକେଲ
ସବୁ ବିଏମସି ଅଫିସରେ ପଡି ରହି ଖତ ହୋଇଗଲା । ଏହା ପରେ ବି ବିଏମସି ଚେତିଲା ନାହିଁ । ମୋ ସାଇକେଲ ପରି ମୋ ବସ ବି
ରାଜଧାନୀରେ ପଡି ରହି ଖତ ଖାଉଛି । ସ୍ମାର୍ଟ ସିଟି ନାଁରେ ଶହ ଶହ କୋଟି ଟଙ୍କାକୁ ବିଏମସି ହରିଲୁଟ କରିଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି ।
ସାଧାରଣ ଲୋକଙ୍କ ଟିକସର ଅର୍ଥକୁ ରାଜ୍ୟ ସରକାର ଏପରି ଦୁର୍ନୀତି କରି ଲୁଟ୍ କରୁଛନ୍ତି । ସ୍ମାର୍ଟ ସିଟିର ସ୍ୱପ୍ନ ଦେଖାଇ
ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି । ମୋ ସାଇକେଲ ଦୁର୍ନୀତିରେ ସାମିଲ ଥିବା ଅପରାଧୀଙ୍କୁ ଗିରଫ ନକଲା ପର୍ଯ୍ୟନ୍ତ ଜିଲ୍ଲା ବିଜେପି
ନିର୍ଣ୍ଣାୟକ ଲଢେଇ ଜାରି ରଖିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ମୋ ସାଇକେଲ ମହାଦୁର୍ନୀତି ବିରୁଦ୍ଧରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ରାଜମହଲରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଶିଶୁଭବନ
ଛକରେ ପହଂଚିଥିଲା । ମୋ ସାଇକେଲକୁ କୋକେଇରେ କାନ୍ଧେଇ ଏକ ଅଭିନବ ଢଙ୍ଗରେ ବିଜେପି ପ୍ରତିବାଦ କରିଥିଲା । ଏହି ବିକ୍ଷୋଭ ସମୟରେ
ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଂଜନ
ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ କୁମାର ପଶ୍ଚିମ କବାଟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରଶ୍ମିରଂଜନ ମୁଦୁଲି, ଜିଲ୍ଲା ବିଜେପି ମଣ୍ଡଳ
ସଭାପତି ଜଗନ୍ନାଥ ବେହେରା, ରାମଚନ୍ଦ୍ର ରଣସିଂହ, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରୋହିତ, ଅଂଜନ ନାଥ, ଯତୀନ୍ଦ୍ର ମହାନ୍ତି,
ବିଜୟ କୁମାର ରାଉତ, ରାଜ୍ୟ କୃଷକ ମୋର୍ଚ୍ଚା କୋଡିନେଟର ସୁନୀଲ ପ୍ରଧାନଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking