36.1 C
Bhubaneswar
Saturday, May 4, 2024
Homeଓଡିଶାଏନ୍‌.ଟି.ପି.ସି. ତାଳଚେର ଥର୍ମାଲ ତାଲାବନ୍ଦକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦୃଢ଼ ବିରୋଧ

ଏନ୍‌.ଟି.ପି.ସି. ତାଳଚେର ଥର୍ମାଲ ତାଲାବନ୍ଦକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦୃଢ଼ ବିରୋଧ

ଭୁବନେଶ୍ୱର  : ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ତାଲାବନ୍ଦ ଦରଖାସ୍ତକୁ
ଶ୍ରମିକ ୟୁନିଅନଙ୍କର ଦରଖାସ୍ତକୁ ବିଚାରକୁ ନ ନେଇ ଏନ୍‌.ଟି.ପି.ସି. ଏକ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ
ହୋଇଥିବାରୁ ତାଲାବନ୍ଦ ଘୋଷଣାକୁ ଶ୍ରମ ବିଭାଗ ମଜୁରୀକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଜାତୀୟ
କମିଟି ଉପସଭାପତି ତଥା ଓଡ଼ିଶା ଶାଖା ରାଜ୍ୟ କମିଟି ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର
ଖୁଂଟିଆ ଦୃଢ଼ ବିରୋଧ କରିଛନ୍ତି । ଗତ ତା. ୧୭.୦୭.୨୦୨୧ ରିଖରେ ସମସ୍ତ ଶ୍ରମିକ ୟୁନିଅନ ଓ
ଏକତା ମଂଚର ମିଳିତ ବୈଠକରେ ଏହାର ଦୃଢ଼ ବିରୋଧ କରାଯାଇ ତାଳଚେର ଠାରେ ଅନୁଷ୍ଠିତ ହୋଇ
ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି । ଏହାର ଦୃଢ଼ ବିରୋଧ କରି ଡକ୍ଟର ରାମଚନ୍ଦ୍ର ଖୁଂଟିଆ ରାଷ୍ଟ୍ରୀୟ
ମଜଦୁର କଂଗ୍ରେସ ତରଫରୁ ଓ ତାଳଚେର ଥର୍ମାଲ ମେନସ୍ କଂଗ୍ରେସ ୟୁନିୟନ ତରଫରୁ ଶ୍ରମିକ ବିଭାଗର
ଆଦେଶ ବିରୁଦ୍ଧରେ ଶ୍ରମ ସଚୀବଙ୍କୁ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ
ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ପରେ ମଧ୍ୟ ୧୩୨୦ ମେଗାୱାଟ ଦୁଇଟି ନୂଆ
ୟୁନିଟ ସଂପର୍କରେ ଏ ଅବଧି କୌଣସି ନିଷ୍ପତି ଘୋଷଣା କରାଯାଇ ନାହିଁ । ରାଜ୍ୟ ମୁଖ୍ୟ ସଚୀବ ଓ
ଏନ୍‌.ଟି.ପି.ସ ଚେୟାରମ୍ୟାନଙ୍କ ସହ ଆଲୋଚନାବେଳେ ସେପ୍‌ଟି ଅଡ଼ିଟ୍ କଲାପରେ ପୁରୁଣା ପ୍ଲାଂଟ
ଚଳାଇବା ସଂପର୍କରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ । କାରଖାନା ବନ୍ଦ କରିବା ପାଇଁ
ଶ୍ରମିକ ଛଟେଇ କରିବା ପାଇଁ ଶ୍ରମ ବିଭାଗର କୌଣସି ଦରଖାସ୍ତ କରାଯାଇନାହିଁ । କେନ୍ଦ୍ର ଶ୍ରମ ବିଭାଗର
ନିଷ୍ପତି ଓଡ଼ିଶାର ଶ୍ରମିକ ଜନସାଧାରଣ ଓ ରାଜ୍ୟ ସ୍ୱାର୍ଥ ବିରୋଧରେ ମିଳିତ କେନ୍ଦ୍ର ଶ୍ରମିକ ସଂଗଠନ
କାର୍ଯ୍ୟାନୁଷ୍ଠାନ ତରଫରୁ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି,
ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking