24.1 C
Bhubaneswar
Thursday, May 9, 2024
Homeଅପରାଧଜମିବାଡି ବିବାଦରୁ ଭାଇକୁ ହତ୍ୟା କଲା ଭାଇ

ଜମିବାଡି ବିବାଦରୁ ଭାଇକୁ ହତ୍ୟା କଲା ଭାଇ

ନୂଆଦିଲ୍ଲୀ: ଭୋଜପୁର ଜିଲ୍ଲା ଥାନା ଅନ୍ତର୍ଗତ ପିରୋ ୱାର୍ଡ ନମ୍ବର୧୩ରେ ବୁଧବାର ରାତିରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦାଦା ପୁଅ ଭାଇ ଭାଇକୁ ଛୁରୀ ମାରି ହତ୍ୟା କରିଛି । ଛୁରୀ ମାରିବା ପରେ ଲୋକେ ତାକୁ ପିଏଚସି ନେଇଯାଇଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି କିଛି ଲୋକଙ୍କୁ ପଚାରଉଚୁରା କରିଥିଲା । ଏହାପରେ ସଦର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା । ଘଟଣା ପରେ ପୋଲିସ ଏହାର ଜୋରସୋରରେ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ୨୬ ବର୍ଷୀୟ  ଅଖିଲେଶ ଉପାଧ୍ୟାୟ ବୋଲି ଜଣାପଡିଛି ।  ଦୁଇ ଏହି ହତ୍ୟାକାଣ୍ଡ ପରେ ଗାତ୍ତ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଗୁରୁବାର ସକାଳେ ସେମାନେ ରାଜପଥରେ ଶବ ରଖି ଗିରଫ ପାଇଁ ଦାବି କରିଥିଲେ ପରବର୍ତୀ ସମୟରେ ସ୍ଥାନୀୟ ପୋଲିସ ପହଚିଂ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ତେବେ ମୃତକଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking