35.1 C
Bhubaneswar
Wednesday, May 8, 2024
Homeଓଡିଶାଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି - ଧର୍ମେନ୍ଦ୍ର ପ୍ରଧାନ

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ

– ପୂର୍ବ ଭାରତର ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା
– କୋଇଲା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଝାଡଖଣ୍ଡର ସ୍ଥାନୀୟ ଅର୍ଥନୀତି ସୁଦୃଢ କରିବ
– ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଝାଡଖଣ୍ଡକୁ ଅଧିକ ଲାଭ ମିଳିଛି
– ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି
– କରୋନାକୁ ପରାସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଦେଶ ଏକଜୁଟ୍ ହୋଇଛି
— ଦେଶରେ ସାଧାରଣ ଲୋକଙ୍କ ଭରସା ମୋଦିଙ୍କ ପ୍ରତି ବଢିଛି
ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି
ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି ।
ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ବିଜେପି ପକ୍ଷରୁ ଆୟୋଜିତ ଝାଡଖଣ୍ଡ ଜନସମ୍ବାଦ ଭର୍ଚୁଆଲ ରାଲିରେ
ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ମୋଦି ସରକାରର ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ହେବା ଅବସରରେ ଆୟୋଜିତ ଏହି
କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକି ସାଥ୍ ସବକି ବିକାଶ ଓ ସବକି ବିଶ୍ୱାସର ମନ୍ତ୍ର ନେଇ ଚାଲୁଥିବା
ମୋଦି ସରକାରର ପୂର୍ବ ଭାରତର ବିକାଶ କରିବା କେବଳ ଏକ ସ୍ଲୋଗାନ ନୁହେଁ ଗୋଟେ ଦାୟିତ୍ୱ । ପୂର୍ବ
ଭାରତକୁ ବିକାଶ କରିବା ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା । ସେ କହିଛନ୍ତି ଦିଲ୍ଲୀରେ ଅନେକ ପ୍ରଧାନମନ୍ତ୍ରୀ
ଦାୟିତ୍ୱରେ ଥିଲେ । ମାତ୍ର ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ପୂର୍ବ ଭାରତର ବିକାଶ କରିବା କଥା
ଅଧିକ ଚିନ୍ତା କରୁଛନ୍ତି । ପୂର୍ବ ଭାରତର ବିକାଶ ବିନା ଦେଶର ସନ୍ତୁଳିତ ବିକାଶ କରିବା ଅସମ୍ଭବ ବୋଲି ସେ
କହିଛନ୍ତି । ମୋଦି ସରକାରରେ ଜାତୀୟ ରାଜପଥ, ରେଳ, କୃଷି ତଥା ସମସ୍ତ କ୍ଷେତ୍ରର ବିକାଶ ହୋଇଛି । ଓଡିଶାର
ବନ୍ଦ ପଡିଥିବା ତାଳଚେର ସାର କାରଖାନା ସମେତ ଝାଡଖଣ୍ଡର ଅନେକ ବନ୍ଦ କାରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ
କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking