29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପ୍ରତ୍ୟେକ କାମ ବିଳମ୍ବ ଭିତରେ ହିଁ ହେବ । ତରବରିଆ ପଦକ୍ଷେପ ନେଇ ବେଶି ହଇରାଣରେ ପଡ଼ିବେ । ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ । କର୍ମକ୍ଷେତ୍ରରେ ପଦସ୍ତ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ବୃଷ : ସ୍ୱାସ୍ଥ୍ୟ ବିଶେଷ କିଛି ଖରାପ ନଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝାମଲା କାରଣରୁ ମନଟା ଭଲ ରହିବ ନାହିଁ । ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟ ତଥା ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ । ଦୂରଯାତ୍ରା କରିପାରନ୍ତି । ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ମିଥୁନ : କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି । ପରିସ୍ଥିତି ଜଟିଳ ହେବେ । ବାସ୍ତବରେ ସେମିତି କିଛି ହେବନି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ପାରିବାରିକ ଜୀବନରେ ବୁଝାମଣାରେ ତିକ୍ତତା ଦେଖାଦେଇପାରେ ।
କର୍କଟ : ଆଜି କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଜନିତ କ୍ଳାନ୍ତ ଅନୁଭବ କରିବେ । ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଦ୍ୱନ୍ଦିତା ଦେଖାଦେବ । କର୍ମଧାରାରେ ଉନ୍ନତି ହେବ । ଅନୁଭୂତି ଓ ଦକ୍ଷତା ବଢ଼ିବ । ଆୟ କ୍ରମେ କମି ଆସିବ । ମାଲିମୋକଦ୍ଦମାରେ ଲାଭବାନ୍ ହେବେ ।
ସିଂହ : ଶାରୀରିକ କଷ୍ଟ ପାଇପାରନ୍ତି । କାର୍ଯ୍ୟରେ ଅସଙ୍ଗତ ଦେଖାଦେବ । ପଡ଼ୋଶୀଙ୍କ ସହଯୋଗ ପାଇବେ । ଗୃହଉପକରଣ ସଂଗ୍ରହ କରିବେ । ଆତ୍ମବିଶ୍ୱାସ ହରାଇପାରନ୍ତି । ଭୂଲ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ  ।
କନ୍ୟା : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେବ । ପ୍ରିୟ ବ୍ୟକ୍ତିଙ୍କ ମତାନ୍ତର ଘଟିପାରେ । ଯାତ୍ରାରୁ ସଫଳତା ମିଳିବ । ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ । ନୂତନ ଦାୟିତ୍ୱ ପାଇପାରନ୍ତି । ଗୃହରେ ମହିଳାମାନଙ୍କ ପାଇଁ ଅଶାନ୍ତି ବଢ଼ିବ ।
ତୁଳା : ଇର୍ଷାର ପାତ୍ର ହୋଇପାରନ୍ତି । ଲାଭରେ ପଡ଼ି କ୍ଷତି ସହିବେ । ଯୋଜନା ବଳଦି ଯାଇପାରେ । ମନ ଅସ୍ଥିର ରହିବ । କ୍ଷତିରେ ପଡ଼ିପାରନ୍ତି । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିବେ । ସୁଯୋଗର ଦୂରପଯୋଗ କରିବେ ।
ବିଛା : ଆଜି ପରିସ୍ଥିତି ଆୟତ ବାହାରେ ରହିବ । ତର ତର ହୋଇ କ୍ଷତିରେ ପଡ଼ିବେ । ଅପକର୍ମର ଫଳ ଭୋଗିବେ । ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ । କାର୍ଯ୍ୟରେ ଅଗ୍ରଗତି ଘଟିବ । ଯାତ୍ରାଦିରୁ ଶାନ୍ତି ପାଇବେ ।
ଧନୁ : ଆଜି ଦୁର୍ଘଟଣାର ସମ୍ଭାବନା ରହିଛି । ଅଯଥା ଅପବାଦରେ ପଡ଼ିପାରନ୍ତି । ଗୃହକାର୍ଯ୍ୟରେ ଆନନ୍ଦ ମିଳିପାରେ । ଧନଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଉନ୍ନତିର ଆଭାସ ପାଇବେ ।
ମକର : କାର୍ଯ୍ୟରେ ବ୍ୟାଘତ ସୃଷ୍ଟି ହେବ । ଶାରୀରିକ ପୀଡ଼ା ଭୋଗିପାରନ୍ତି । ଧନହାନି ଘଟିପାରେ । ଚିନ୍ତାଭାର ବଢ଼ିଯିବ । ଶତ୍ରୁପାଇଁ ଚିନ୍ତିତ ରହିବେ । ଆଭାବ ଅନୁଭବ କରିବେ । ଦେବ ପୂଜା କରିପାରନ୍ତି । ଶତ୍ରୁଭୟ ଳବଢ଼ିବ ।
କୁମ୍ଭ : ପରିବାର ବିଶୃଙ୍ଖଳା ବ୍ୟାପକ ହେବ । ଆଜି ଆୟ କ୍ରମେ ବଢ଼ିବ । ଉଦ୍ୟମରେ ପ୍ରଗତି ଘଟିବ । ଆର୍ଥିକ ସାହାଯ୍ୟ ମିଳିବ । ବନ୍ଧୁ ମେଳରେ ଆନନ୍ଦ ପାଇବେ । ପରୋଉପକାରରେ ଲାଗି ପଡ଼ିବେ । ଗୃହରେ ଆନନ୍ଦ ମିଳିବ ।
ମୀନ : ଆଜି ଦିନଟି ମନ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବୃଥା ଭ୍ରମଣ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । ମହିଳାମାନେ ଉଚ୍ଚକାମ ପାଇଁ ପ୍ରଶଂସିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking