27.8 C
Bhubaneswar
Friday, April 19, 2024
Homeକରୋନାବ୍ରାଜିଲରେ କରୋନା ନେଲାଣି ୫୦ ହଜାର ମୁଣ୍ଡ

ବ୍ରାଜିଲରେ କରୋନା ନେଲାଣି ୫୦ ହଜାର ମୁଣ୍ଡ

ଲଣ୍ଡନ : ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୮୧ ନିୟୁତ ଟପିଛି। ଏଥିସହିତ ମୃତ୍ୟୁସଂଖ୍ୟା ୪,୬୨,୯୬୦ରେ ପହଞ୍ଚିଛି। ଗତବର୍ଷ ଡିସେମ୍ବରରେ ଚୀନରେ ପ୍ରଥମେ କରୋନା ଭୂତାଣୁ ମାମଲା ପଦାକୁ ଆସିବା ପରେ ଏବେ ଏହା ୨୧୦ରୁ ଅଧିକ ଦେଶକୁ ଛୁଇଁଲାଣି। ବ୍ରାଜିଲରେ ୫୦ ହଜାର ଲୋକ କରେନାରେ ପ୍ରାଣ ହରାଇଲେଣି। ଆମେରିକା ପରେ ବ୍ରାଜିଲ ବିଶ୍ବର ଦ୍ବିତୀୟ କରୋନା ହଟସ୍ପଟ ‌ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୧୦୨୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସରକାରୀ ଭାବେ ବ୍ରାଜିଲରେ କରୋନାରେ ୫୦,୬୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୬ ହଜାର ୯୯୦ ରେ ପହଞ୍ଚିଛି। ବାଜିଲ ତୁଳନାରେ ଆମେରିକାରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ବ୍ରାଜିଲରେ ପ୍ରଥମ କରୋନା ରୋଗୀ ଚଳିତବର୍ଷ ଫେବ୍ରୁଆରି ୨୬ରେ ଚିହ୍ନଟ ହୋଇଥିବାବେଳେ ଗତ ଶୁକ୍ରବାର‌ ସେଠା‌ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଟେଷ୍ଟିଂ ବ୍ୟାପକମାତ୍ରାରେ କରାଗଲେ ସେଠାରେ କରୋନା ଆକ୍ରାନ୍ତଙ୍କ ଆହୁରି ଅଧିକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking