35.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗମୟୂରଭଞ୍ଜ ଛାତ୍ର କଂଗ୍ରେସ ଏବଂ ଶ୍ରମିକ ଓ କୃଷକ ସଙ୍ଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି...

ମୟୂରଭଞ୍ଜ ଛାତ୍ର କଂଗ୍ରେସ ଏବଂ ଶ୍ରମିକ ଓ କୃଷକ ସଙ୍ଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ ଗୋଟି ଆଇନ ବିରୋଧରେ ବିକ୍ଷୋଭ

ମୟୂରଭଞ୍ଜ : ଦେଶକୁ ଦାନା ଯୋଗାଇ ଦେଉଥିବା କୃଷକବର୍ଗ ଆଜି ସମସ୍ୟା ଘେରୋରେ। କୃଷିକ୍ଷେତ୍ରରେ ଅକ୍ଲାନ୍ତ ପରିଶ୍ରମ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଉପୁଜାଉଥିବା କୃଷକ ମାନଙ୍କୁ ଉଚିତ ସମ୍ମାନ ସାଙ୍ଗକୁ ତାଙ୍କର ବିକାଶ ପ୍ରତି କାହାର ନଜର ପଡୁନଥିବା ଅଭିଯୋଗ କରିଛନ୍ତି କୃଷକ ସମାଜ।ନିର୍ବାଚନ ଆସିଲେ ଟାର୍ଗେଟରେ ନେଇ କୃଷି ଓ କୃଷକର ବିକାଶ ପାଇଁ ସଭା ସମିତିରେ ପ୍ରତିଶୃତି ଦେଇ କ୍ଷମତା ହାସଲ ପରେ କୃଷକ ମାନଙ୍କ କଥା ଭୁଲି ଯାଉଛନ୍ତି ନେତାମାନେ। କୃଷିକ୍ଷେତ୍ରର ବିକାଶ ଓ କୃଷକମାନଙ୍କ କଲ୍ୟାଣକଥା ପଛରେ ପକାଇ ଅଲଟି ନୂଆ ନୂଆ ଆଇନ ପ୍ରଣୟନ କରି ସମାସ୍ୟାରେ ଛନ୍ଦି ଦେଉଥିବା ଅଭିଯୋଗ କରି ଆନ୍ଦୋଳନରେ କୃଷକସମାଜ। ଏହାର ପ୍ରତିବାଦରେ ମୟୂରଭଞ୍ଜ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଅହ୍ଲାଇ ଥିବା ବେଳେ ଶ୍ରମିକ ଓ କୃଷକ ସଙ୍ଘ ସାମିଲ ହୋଇ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ୩ଗୋଟି କୃଷି ଆଇନ ଓ ବିଦ୍ୟୁତ ବିଲ ୨୦୨୦ ବାତିଲ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ଦିଲ୍ଲୀରେ କୃଷକ ଆନ୍ଦୋଳନ ପାଇଁ ପଥ ଅବରୋଧ ଓ ଆନ୍ଦୋଳନକାରୀମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ସମର୍ଥନ ଜଣାଇଥିବା ପ୍ରକାଶ କରିଛନ୍ତି ବିକ୍ଷୋଭକାରୀ। ତେବେ କେନ୍ଦ୍ର ସରକାର କୃଷକ ମାରଣନୀତି ବନ୍ଦ କରିବା ସହ ଏହାର ପ୍ରତ୍ୟାହାର ସହ ଦୃଷ୍ଟାନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି। କେନ୍ଦ୍ରରେ ମୋଦି ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ କେବଳ ଜିଲ୍ଲାରେ ନୁହେଁ ସମଗ୍ର ଭାରତ ବର୍ଷର ସମସ୍ତ ବ୍ଲକସ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିବା ସହ ରାସ୍ତା ଘାଟରେ ନିଆଁ ଜଳିବ ବୋଲି ଚେତାବନୀ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking