28.1 C
Bhubaneswar
Saturday, April 27, 2024
Homeଓଡିଶାଲ୍ୟାମ୍ପ ଓ ମିଲରଙ୍କ ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ନିରୀହ ଚାଷୀ

ଲ୍ୟାମ୍ପ ଓ ମିଲରଙ୍କ ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ନିରୀହ ଚାଷୀ

 ମୟୂରଭଞ୍ଜଜ(ଘାସିରାମ ବେହେରା) : ଲ୍ୟାମ୍ପ ଦ୍ଵାରା ଅବହେଳାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ମିଲରଙ୍କ କଟନୀଛାଟନୀ ସାଙ୍ଗକୁ ଲ୍ୟାମ୍ପ କର୍ମଚାରୀଙ୍କ ଅସହଯୋଗ ଯୋଗୁଁ ଶୋଷଣର ଶିକାର ହୋଇ ହତାଶ ହେଉଛନ୍ତି ଚାଷୀ। ତେବେ ସରକାରଙ୍କ ସଂସ୍ଥା ଲ୍ୟାମ୍ପ ମାଧ୍ୟମରେ ମିଲର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଚାଷୀଙ୍କୁ ଅନଲାଇନ ମାଧ୍ୟମରେ ଟୋକନ ଯୋଗାଇ ଦେବା ସହିତ ମଣ୍ଡି ପାଇଁ ଧାନ କିଣାର ଟାର୍ଗେଟ ସ୍ଥିର କରିଛନ୍ତି। କିନ୍ତୁ ଲ୍ୟାମ୍ପ କର୍ମଚାରୀ ଟାର୍ଗେଟ ପୂରଣ ହୋଇଯାଇଥିବା କହି ଚାଷୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ଅସହାୟ ଚାଷୀ। ଫଳରେ ରାଜ୍ୟ ସରକାର ଚାଷୀଙ୍କ ଆର୍ଥିକଉନ୍ନତି ପାଇଁ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସେମାନଙ୍କ ଅବସ୍ଥାରେ କୌଣସି ସୁଧାର ଆଣିବାରେ ସଫଳ ହେଉନାହିଁ। ରାଜରାଜୁଡ଼ା କାଳରୁ ଚାଷୀମାନେ ଜମିଦାରଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ବେଳେ ବର୍ତମାନ ତାଙ୍କ ରକ୍ତ ଷୋସୁଛନ୍ତି ଲ୍ୟାମ୍ପ ଓ ମିଲର।ସରକାର ଧାନ ବିକ୍ରି ପାଇଁ ଯେତେ ବ୍ୟବସ୍ଥା କଲେ ମଧ୍ୟ ସରକାରୀ ଅଧିକାରୀ ଓ ମିଲରଙ୍କ ଲୋଲୁପଦୃଷ୍ଟିରୁ ପାର ପାଇପାରୁ ନାହାନ୍ତି ନିରୀହ ଚାଷୀ। ଏପରି ଅବ୍ୟବ୍ୟସ୍ଥା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ଲ୍ୟାମ୍ପରେ।

ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର କେତେକ ଗାଇଡ଼ ଲାଇନ ଜାରି କରିଛନ୍ତି।ଏହି ଗାଇଡ଼ଲାଇନ ଅନୁଯାୟୀ RMC କର୍ମଚାରୀ ଧାନର ମାନ ପରୀକ୍ଷା ପରେ ଏହାର ଗୁଣବତ୍ତା ସ୍ଥିର କରିଥାନ୍ତି। କିନ୍ତୁ RMC ର ପରୀକ୍ଷାରେ ପାସ କରିଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା 05 ରୁ 07 kg କାଟୁଥିବା ନେଇ କ୍ଷୋଭର ସହ ଅଭିଯୋଗ କରିଛନ୍ତି ଚାଷୀ। ସେହିପରି କାଟିବା ପାଇଁ ବାଧ୍ୟ କରୁଛନ୍ତି ଲ୍ୟାମ୍ପ କର୍ମଚାରୀ ଅନ୍ୟଥା ଧାନ ଫେରାଇ ନେବାକୁ କହୁଛନ୍ତି ମିଲର। ଯାହା ଲ୍ୟାମ୍ପ କର୍ମଚାରୀ ଓ ମିଲରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ସୂଚିତ କରୁଛି।

 

ସେହିପରି ସରକାର ପଞ୍ଜିକରଣ କରିଥିବା ଚାଷୀଙ୍କ ଅନଲାଇନ ମାଧ୍ୟମରେ ଟୋକନ ପ୍ରଦାନ କରିଛନ୍ତି ଓ କେଉଁ ତାରିଖରେ ଚାଷୀ ଧାନ ଦେବ ତାହା ଏଥିରେ ନିର୍ଦ୍ଧାରଣ କରି ଉଲ୍ଲେଖ କରିଛନ୍ତି। କିନ୍ତୁ ଚାଷୀ ଉକ୍ତ ତାରିଖରେ ଧାନ ନେଇ ମଣ୍ଡିରେ ପହଁଚିଲା ବେଳକୁ ଲ୍ୟାମ୍ପ କର୍ମଚାରୀ ଟାର୍ଗେଟ ନାହିଁ କହି ମନା କରିଦେଉଛନ୍ତି। ଯାହା ଫଳରେ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବାବଦରେ ଚାଷୀ ଫୋନ ଯୋଗେ ଲ୍ୟାମ୍ପ ସହ ଯୋଗାଯୋଗ କରିବାରୁ  ସେମାନଙ୍କ ଉତ୍ତର ମଧ୍ୟ ସରକାରଙ୍କ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

 

ତେବେ ଲ୍ୟାମ୍ପର କିଛି ଅସାଧୁ କର୍ମଚାରୀ ଚୋରାଧାନ ଚାଲାଣରେ ସିଧାସଳଖ ଭାବେ ଜଡ଼ିତ ରହୁଥିବା ପ୍ରମାଣ କରୁଥିବା ନେଇ ଚାଷୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଆଉ ଏହାର ପ୍ରମାଣ ହେଉଛି କିଛିଦିନ ପୂର୍ବରୁ ଏକ ଧାନ ବୋଝେଇ ଟ୍ରକ ବିନା ଟ୍ରାଞ୍ଜିଟ ପାସରେ ପରିବହନ କରୁଥିବା ବେଳେ ଧରାପଡି ବାରିପଦା ସଦର ଥାନାରେ ଅଟକ ମଧ୍ୟ ରହିଛି। ଏହା ସହ ଲ୍ୟାମ୍ପ ଠାରୁ ଅନତି ଦୂରରେ ଥିବା ଏକ ଘରୋଇ ଗୋଦାମରୁ ପ୍ରତ୍ୟେକଦିନ ପଶ୍ଚିମବଙ୍ଗକୁ ବିନା ଚେକିଂରେ ବେଧଡକ ଧାନ ଚାଲାଣ ହେବା ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ। ତେବେ ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି , ଲ୍ୟାମ୍ପରେ ଧାନ ବିକ୍ରି କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ନାହିଁନଥିବା ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଇ ପଡୁଛି। ଏହା ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେଲେ ଅନେକ ଚାଷୀ ଶୋଷଣରୁ ରକ୍ଷା ପାଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking