29.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ

ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ଯେଉଁ ମୁହୁର୍ତ୍ତକୁ ସମସ୍ତଙ୍କ ଅପେକ୍ଷା ଥିଲା, ତାହା ଶେଷ ହୋଇଛି । ଦେଶରେ କରୋନା ଟିକାକରଣ କେବେଠୁ ହେବ ସେ ନେଇ ସରକାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ୧୬ ଜାନୁଆରୀରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ଏହାପରେ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସମୀକ୍ଷା ବୈଠକ ଡକାଇଥିଲେ । ଯେଉଁଥିରେ ଟିକାକରଣ ଅଭିଯାନ ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିଲା । ଏଥିରେ ନିଷ୍ପତ୍ତି ହେଲା ଯେ, ସର୍ବପ୍ରଥମେ ଭ୍ୟାକ୍ସିନ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ପରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏହାଠାରୁ କମ୍ ବୟସ ର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଯିଏ କି ପୂର୍ବରୁ କୌଣସି ଏକ ଗମ୍ଭୀର ରୋଗରେ ପୀଡିତ ହୋଇଥିବେ । ଆଜିର ଏହି ବୈଠକରେ ବ୍ୟାବିନେଟ ସେକ୍ରେଟାରୀ, ପିଏମଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ, ହେଲଥ ସେକ୍ରେଟାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । 

କରୋନା ଟୀକାକରଣ ସହିତ କୋ-ୱାଇନ୍ ଉପରେ ରିଅଲ୍-ଟାଇମ୍ ମନିଟରିଂ, ଟିକା ଷ୍ଟକ୍ ସମ୍ବନ୍ଧୀୟ ସୂଚନା, ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ତାପମାତ୍ରା ଏବଂ ଟିକା ଆବଶ୍ୟକ କରୁଥିବା ଲୋକଙ୍କୁ ଟ୍ରାକିଂ କରାଯିବ । ବର୍ତ୍ତମାନ ସୁଦ୍ଧା 79 ଲକ୍ଷରୁ ଅଧିକ ହିତାଧିକାରୀ କୋ-ୱିନରେ ପଞ୍ଜୀକୃତ ହୋଇଛନ୍ତି। ଦେଶରେ ଆୟୋଜିତ ତିନିଟି ପର୍ଯ୍ୟାୟରେ ଡ୍ରାଏ ରନ୍‌ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ତୃତୀୟ ଡ୍ରାଏ ରନ୍‌ ଶୁକ୍ରବାର ଦେଶର ସମସ୍ତ ଜିଲ୍ଲାରେ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking