26.1 C
Bhubaneswar
Wednesday, May 8, 2024
Homeଓଡିଶାଆଗକୁ ମାଟ୍ରିକ ପରୀକ୍ଷା ଅନ୍ଧାରରେ ଅନ୍ତେବାସୀ

ଆଗକୁ ମାଟ୍ରିକ ପରୀକ୍ଷା ଅନ୍ଧାରରେ ଅନ୍ତେବାସୀ

ଭବାନୀପାଟଣା : ଚଳିତ ମାସ ୧୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖାଦେଇଛି ସେତିକି ଭୟ ବଢ଼ି ଚାଲିଛି । ଠିକ୍ ଏହି ସମୟରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିଛି । ଅନ୍ଧାରରେ ଅନ୍ତେବାସୀ । ମାସେ ହେବ ଜଳୁନି ବିଜୁଳି ତା ସହିତ ଲଣ୍ଠନ ଆଲୁଅ ପାଇଁ ମଧ୍ୟ ମିଳୁନି କିରୋସିନ । ଏଭଳି ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ୍ ସିରିମସ୍କା ଉଚ୍ଚବିଦ୍ୟାଳୟର ଆଦିବାସୀ ଅନ୍ତେବାସୀ । ଆଦିବାସୀ ଛାତ୍ରୀ ନିବାସ ଓ ଛାତ୍ରାବାସରେ ବିଜୁଳି ଜଳୁନଥିବା ଯୋଗୁଁ ନାନା ଅସୁବିଧା ଭୋଗୁଛନ୍ତି ଅନ୍ତେବାସୀ ।
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୧୧୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀଙ୍କ ପାଇଁ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି । ଏଥିସହ ଗରିବ ଆସିବାସୀ ଛାତ୍ରମାନଙ୍କ ପାଇଁ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅଞ୍ଚଳର ଗରିବ ଆଦିବାସୀ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରିପାରିବେ । ଚଳିତ ମାସ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁଥିବା ବେଳେ ବିଜୁଳିନଥିବା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଗତ ଜାନୁଆରୀ ୫ ତାରିଖରେ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମର ଖରାପ ହୋଇଥିବା ସୂଚନା ଦେଇଛନ୍ତି ସ୍କୁଲର ପ୍ରଧାନଶିକ୍ଷକ । ଏହି ସମସ୍ୟା ନେଇ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ ବୈରାଗୀଚରଣ ନାଏକ ଗତ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ଅବଗତ କରାଯାଇଥିବା କହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇନପାରିବା ବିଡମ୍ବନାର ବିଷୟ । ଖୋଦ ଶକ୍ତି ମନ୍ତ୍ରୀଙ୍କ ଜିଲ୍ଲାରେ ମାସମାସ ଧରି ଆଶ୍ରମ ସ୍କୁଲ୍‌ରେ ବିଦ୍ୟୁତ୍ ସମସ୍ୟା ଯୋଗୁଁ ପିଲାମାନେ ପାଠପଢ଼ାରୁ ବଞ୍ôଚତ ହେଉଛନ୍ତି । ତେଣୁ ପରୀକ୍ଷା ପୂର୍ବରୁ ଏହି ସ୍କୁଲ୍‌ରେ ବିଦ୍ୟୁତ୍ ଦେବା ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଓ ଅବିଭାବକ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking