30.1 C
Bhubaneswar
Thursday, April 25, 2024
Homeଓଡିଶାସରିଆସୁଛି ଟାର୍ଗେଟ : ଟୋକନ ନପାଇ ଚିନ୍ତାରେ ଚାଷୀ

ସରିଆସୁଛି ଟାର୍ଗେଟ : ଟୋକନ ନପାଇ ଚିନ୍ତାରେ ଚାଷୀ

 
ନବରଙ୍ଗପୁର : ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ ଧୀରେ ଧୀରେ ସରିଆସୁଛି । ବହୁଚାଷୀ ଟୋକନ୍ ନପାଇ ବାରମ୍ବାର ଲ୍ୟାମ୍ପସ୍‌୍ ଅଫିସ୍ ଦ୍ୱାରସ୍ଥ ହେବାସହ ଆଶା ଆଶଙ୍କାରେ ଚାଷୀ ଚିନ୍ତାରେ ରହୁଥିବା ନଜରକୁ ଆସିଛି । ଚଳିତବର୍ଷ ୧୪ଲକ୍ଷ ୪୭ହଜାର କ୍ୱିଣ୍ଟାଲ ଧାନସଂଗ୍ରହ କରାଯିବାକୁ ଟାର୍ଗେଟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୩୧ହଜାର କ୍ୱିଣ୍ଟାଲ ଧାନସଂଗ୍ରହ ହୋଇସାରିଲାଣି । ତଥାପି ବହୁ ଚାଷୀ ଟୋକନ ପାଇନାହାନ୍ତି । ଫଳରେ ମଣ୍ଡି ଗୁଡ଼ିକରେ ଧାନ ଦେଇପାରୁନାହାନ୍ତି । ଅଧିକାଂଶ ମଣ୍ଡିରେ ଟାର୍ଗେଟ ମଧ୍ୟ ପୂରଣ ହୋଇଗଲାଣି । ଅନ୍ୟପକ୍ଷରେ କେନ୍ଦ୍ରୀୟ ଟୋକନ୍ ସିଷ୍ଟମ ଯୋଗୁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆଗରୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଟାର୍ଗେଟନୁଯାୟୀ ଜିଲ୍ଲାସ୍ତରରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଲ୍ୟାମ୍ପସ୍ ଜରିଆରେ ଧାନ କିଣାଯାଉଥିଲା । ଚାଷୀମାନେ ନିଜେ ନିଜର ଧାନକୁ ସଂଗ୍ରହ ପରେ ପ୍ରଶାସନ ତରଫରୁ ଖୋଲାଯାଇଥିବା ବଜାର ପ୍ରାଙ୍ଗଣ ବିକ୍ରୟ କେନ୍ଦ୍ରରେ ଧାନ ବିକ୍ରି କରୁଥିଲେ । କିନ୍ତୁ ଚଳିତବର୍ଷ ଟୋକନ ବ୍ୟବସ୍ଥା ପ୍ରଚଳନ ହୋଇଛି । ତାକୁ ଭୁବନେଶ୍ୱରରୁ ପରିଚାଳନା କରାଯାଉଛି । ଚାଷୀମାନେ  କେନ୍ଦ୍ରୀୟ ଟୋକନ ସିଷ୍ଟମରୁ ମୋବାଇଲ ମେସେଜ୍ ପାଇବା ପରେ ପୂର୍ବନିର୍ଦ୍ଧାରିତ ତାରିଖରେ ଧାନ ଆଣୁଛନ୍ତି । ତାପରେ ଚକ୍ଷୁଦାଗ ବା ଆଇ ସ୍ଥାନ ପାଇଁ ସେହି ୟାର୍ଡକୁ ଯାଉଛନ୍ତି । ଉକ୍ତ ସିଷ୍ଟମରେ ଚାଷୀଙ୍କୁ ସେମାନଙ୍କ ଧାନ ବିକିବାକୁ ତାରିଖ ଦିଆଯାଉଛି । ଫଳରେ ଟୋକନ ପାଇବାରେ ବହୁଚାଷୀ ହତାଶ ହେଉଥିବା ଅଭିଯୋଗ ହୁଏ । ଯେଉଁ ଚାଷୀମାନେ ଧାନ ଅମଳ କରିନାହାନ୍ତି ସେମାନଙ୍କର ଟୋକନ ଆସିଯାଉଛି । ଯେଉଁ ଚାଷୀ ଧାନ ଅମଳ କରି ଧନା ବିକ୍ରିକରିବାକୁ ମାସ ମାସ ଧରି ଟୋକନକୁ ଅପେକ୍ଷା କରି ବସୁଛି, ଏସମ୍ପର୍କରେ ଜଟାବାଲାର ଚାଷୀ ତୁଲସା ଭତରା କହିଛନ୍ତି, ଡିସେମ୍ବର ମାସରୁ ୨୦୦କ୍ୱିଣ୍ଟାଲ ଧାନ ଦେବାକୁ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଟୋକନ ଆସୁନଥିବା କହିଛନ୍ତି । ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ତୁମ୍ବଲା ମଣ୍ଡିରେ ଧାନଦେବାକୁ ଟିଟିଗୁଡ଼ାର ଚାଷୀ ଯୁଧୀଷ୍ଠୀର ଭତରାଙ୍କ ୧୦ ଏକର ଜମିର ଧାନ, ରାଜାମାଝୁଗୁଡ଼ାର ଚାଷୀ ପତି ଭତରାଙ୍କ ୨୪ଏକର ଜମିର ଧାନ ଦେବାକୁ ଟୋକନକୁ ଚାହିଁ ଅପେକ୍ଷା କରିଥିବା ସେ କହିଛନ୍ତି । ଶତାଧିକ ଚାଷୀ ଟୋକନ ବାହାରିବାକୁ ଚାତକ ପରି ଚାହିଁ ବସିଥିବା କହିଛନ୍ତି । ଅଧିକାରୀ ମଣ୍ଡିରେ ଦଲାଲମାନେ ହଜାର ହଜାର କ୍ୱିଣ୍ଟାଲ ଧାନ ଦେଇଥିବାରୁ ମଣ୍ଡିରେ ଟାର୍ଗେଟ ପୂରଣ ହୋଇଯାଇଥିବାରୁ ପ୍ରକୃତ ଚାଷୀ ଧାନଦେବାରୁ ବଞ୍ôଚ ହୋଇପାରିବା ଆଶଙ୍କା ଦେଖଦେଲାଣି । ଏ ଘଟଣା ସମ୍ପର୍କରେ ଅଧିକ ଜାଣିବାକୁ ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ମାଝୀଙ୍କ ସହ ବାରମ୍ବାର ଯୋଗାଯୋଗ ହୋଇଥିଲେ ହେଁ ମୋବାଇଲ କଲ୍ ସେ ଗ୍ରହଣ କରିନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking