30.1 C
Bhubaneswar
Wednesday, April 24, 2024
Homeଓଡିଶାମନ୍ତ୍ରୀଙ୍କ ମାନବିକତାଙ୍କୁ ନେଇ ଚର୍ଚ୍ଚା : ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ମନ୍ତ୍ରୀଙ୍କ ମାନବିକତାଙ୍କୁ ନେଇ ଚର୍ଚ୍ଚା : ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସଇଁନ୍ତଳା : ମନ୍ତ୍ରୀ କେବଳ ଶାସନ ତନ୍ତ୍ର ପାଇଁ ନୁହଁନ୍ତି । ମନ୍ତ୍ରୀ ପୂର୍ବରୁ ତାଙ୍କ ଭିତରେ ନିରୁର୍ତ୍ତା ମଣିଷଟିଏ ବି ଅଛି । ଏକଥାକୁ ପ୍ରତିପାଦିତ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ଶ୍ରୀମତୀ ସାହୁ ଗୁଡ଼ଭେଲା ବ୍ଲକ୍‌କୁ ଗସ୍ତ କରୁଥିବା ବେଳେ ରାସ୍ତା କଡ଼ରେ ଜଣେ ମହିଳା ଦୁର୍ଘଟଣା ହୋଇଥିବା ଦେଖିବାକୁ ପାଇଥିଲେ । ସେଠାରେ ଗାଡ଼ିଟି ଅଟକାଇ ଶ୍ରୀମତୀ ସାହୁ ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା କରାଇଥିଲେ । ତେବେ ମନ୍ତ୍ରୀଙ୍କ ଏହି ମାନବିକତାକୁ ନେଇ ସୋସିଆଲ ମଡିଆରେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବରୁ ମନ୍ତ୍ରୀ ଭିନ୍ନକ୍ଷମ ଶିଶୁ ସେବା କେନ୍ଦ୍ର ଶିଶୁଙ୍କୁ ନିଜ ହାତରେ ଯୋତା ପିନ୍ଧାଇବା, ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଜରିବା ମନ୍ତ୍ରୀ ଟୁକୁନି ସାହୁଙ୍କ ସରଳତାକୁ ନେଇ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।
ସୂଚନା ଅନୁଯାୟୀ, ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ନିଜ ବାସଭବନରୁ ବାହାରି ଗୁଡ଼ଭେଲା ବ୍ଲକ୍ ଗସ୍ତ ପାଇଁ ଯାଉଥିଲେ । ଏହି ସମୟରେ ବଲାଙ୍ଗିର ଜାତୀୟ ରାଜପଥ ୨୬ର ଷାଣ୍ଢପାଲି ଛକ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ଜଣେ ମହିଳା ରାସ୍ତା କଡ଼ରେ ପଡ଼ି ରହିଥିଲେ । ମନ୍ତ୍ରୀ ସାଙ୍ଗେ ସାଙ୍ଗେ ଚାଳକଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ । ପରେ ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଲୁହୁରେନପାଲି ଗ୍ରାମର ଆହତ ମହିଳା ସଞ୍ଜୁ ଜାଲ(୨୫)ଙ୍କୁ ନିଜ ଗାଡ଼ିରେ ବସାଇ ହସ୍ପିଟାଲ ନେଇଥିଳେ । ସଞ୍ଜୁ ତାଙ୍କ ସ୍ୱାମୀ ସୁବାଷ ଜାଲଙ୍କ ସହ ବାଇକ୍‌ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମନ୍ତ୍ରୀ ଆହତ ମହିଳାଙ୍କୁ ନିଜ ଗାଡ଼ିରେ ସଇଁନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ଡା. ସୌମ୍ୟରଞ୍ଜନ ନାୟକଙ୍କ ସହିତ ଆଲୋଚନା କରି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହ ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ ତାହା ସବୁ ନିଜେ ବହନ କରିବେ ବୋଲି ମନ୍ତ୍ରୀ କହିଥିଲେ ।
ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଡୁଙ୍ଗୁରିପାଲି ପଞ୍ଚାୟତ କୁଆଁରଗାଁ ଗାଁକୁ ରାଜ୍ୟ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ସମାଧନ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜେଶ ବେହେରା, କୁଆରଗାଁ ପୂର୍ବତନ ସରପଞ୍ଚ ଉତ୍ତମ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking