32.1 C
Bhubaneswar
Friday, April 26, 2024
Homeଅପରାଧୟୁଟ୍ୟୁବ ଦେଖି ପ୍ରେମିକା ସହ ଏପରି କରୁଥିଲା ପ୍ରେମିକ, ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ ...

ୟୁଟ୍ୟୁବ ଦେଖି ପ୍ରେମିକା ସହ ଏପରି କରୁଥିଲା ପ୍ରେମିକ, ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ …

ଚେନ୍ନାଇ: ବେଳେ ବଳେ କିଛି ଏମିତି ଘଟଣା ସାମ୍ନାକୁ ଆସେ ଯାହା ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ ତେବେ ଏଇ ଡିଜିଟାଲ ଯୁଗରେ କିଛି କାର୍ଯ୍ୟର ଦରକାର ପଡିଲେ ଯୁବ ପିଢ଼ି ୟୁଟ୍ୟୁବର ର ସହାୟତା ନିଅନ୍ତି । ତେବେ ଏମିତି ୟୁଟ୍ୟୁବର ସହାୟତା ନେଇ ଜଣେ ଯୁବକ ନିଜ ପ୍ରେମିକାର ଗର୍ଭପାତ କରିବାକୁ ଚେଷ୍ଟା କରିଥିବ‌ାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣଙ୍କ ନିଜ ପ୍ରେମିକା ସହ ଶାରୀରିକ ସଂପର୍କ ରଖୁଥିବା ବେଳେ ସେ ଗର୍ଭବତୀ ହୋଇଯିବେ ବୋଲି ଭାବି ନଥିଲେ। ହଠାତ୍ ପ୍ରେମିକା ଗଭର୍ବତୀ ହୋଇଥିବା ଜାଣି ସେ ଡାକ୍ତରଖାନା ନେବା ପରିବର୍ତ୍ତେ ନିଜେ ଗର୍ଭପାତ କରାଇବେ ବୋଲି ଚିନ୍ତା କରିଥିଲେ। ତେବେ ୟୁଟ୍ୟୁବ ଦେଖି ଗୁରୁବାର ଅଭିଯୁକ୍ତ ପୀଡ଼ିତାଙ୍କର ଗର୍ଭପାତ କରାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ , ଗର୍ଭରୁ ଭ୍ରୁଣକୁ ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ଭ୍ରୁଣର ହାତ ଭାଙ୍ଗି ଦେଇଥିଲେ। ଯାହାପରେ ଗର୍ଭବତୀ ପୀଡ଼ିତାଙ୍କର ରକ୍ତସ୍ରାବ ହେବା ସହ ତାଙ୍କ ଗର୍ଭରେ ଥିବା ଭ୍ରୁଣଟି ନଷ୍ଟ ହୋଇଯାଇଥିଲା। ଅଧିକ ରକ୍ତସ୍ରାବ ହେବା ପରେ ଅଭିଯୁକ୍ତଜଣକ ତୁରନ୍ତ ପୀଡ଼ିତାଙ୍କୁ ତାଙ୍କ ମୋଟରସାଇକେଲରେ ଘଟଣାସ୍ଥଳରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା ସରକାରୀ ପୋନେରୀ ଡାକ୍ତରଖାନାକୁ ନେଇଥିଲେ। ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଡାକ୍ତରଖାନାର ଚିକିତ୍ସକମାନେ ଘଟଣା ବିଷୟରେ ପୁଲିସକୁ ଜଣାଇବା ସହ ପୀଡ଼ିତାଙ୍କୁ ଚେନ୍ନାଇରେ ଥିବା ରୋୟାପୁରମ୍ ଜିଏଚ ହସ୍ପିଟାଲକୁ ପଠାଇଥିଲେ। ପୁଲିସର କହିବା ମୁତାବକ, ଅଭିଯୁକ୍ତ ଏବଂ ପୀଡ଼ିତା ଗର୍ଭଧାରଣ ବିଷୟରେ ନିଜ ନିଜର ପରିବାରକୁ ଜଣାଇବାକୁ ଚାହୁ ନଥିଲେ ଏବଂ ଲୋକଲଜ୍ୟାକୁ ଡରୁଥିଲେ । ଯାହା ପରେ ଅଭିଯୁକ୍ତ ନିଜେ ୟୁଟ୍ୟୁବ ସାହାଯ୍ୟରେ ଗର୍ଭପାତ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ଗର୍ଭପାତ କରାଇବା ପାଇଁ ଚେଷ୍ଟା କରିଥିଲା ପରେ ଏଭଳି ଘଟଣା ହୋଇଥିବା କହିଛି ଅଭିଯୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking