28.1 C
Bhubaneswar
Saturday, May 11, 2024
Homeଓଡିଶାପୁଣି ଜନନୀ ଯନ୍ତ୍ରଣା, ଆମ୍ବୁଲାନ୍ସ ଯାଇ ନପାରିବାରୁ ୧୦ କି.ମି ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା, ଆମ୍ବୁଲାନ୍ସ ଯାଇ ନପାରିବାରୁ ୧୦ କି.ମି ବୁହାହେଲେ ଗର୍ଭବତୀ

ମାଲକାନଗିରି : ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ଯାଇ ନପାରିବାରୁ ୧୦ କି.ମି ବୁହାହେଲେ ଗର୍ଭବତୀ । କିଛି ଏଭଳି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଗଙ୍ଗପଡା ଗ୍ରାମରୁ । ଗ୍ରାମରେ ଜଣେ ମହିଳା ସୁବୁରୀ ବିଶୋଇ ଗର୍ଭବତୀ ଥିବାବେଳେ ତାଙ୍କର ଆଜି ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇଥିଲା । ଏହାପରେ ପରିବାର ଲୋକେ ଓ ଆଶା ଦିଦି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । କିନ୍ତୁ ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ଥିବା ବେଳେ ଆମ୍ବୁଲାନ୍ସ ଟି ତୁମ୍ବାପଡାରେ ରହି ଯାଇଥିଲା । ତେବେ ଏଭଳି ସ୍ଥିତିରେ ପରିବାର ଲୋକେ ମହିଳାଙ୍କୁ ଖଟିଆରେ ବୋହି ବୋହି ପ୍ରାୟ ଦଶ କିମି ରାସ୍ତା ନେଇଥିଲେ । ତାପରେ ମହିଳା ଜଣଙ୍କ ଆମ୍ବୁଲାନ୍ସ ଯୋଗେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking