28.1 C
Bhubaneswar
Tuesday, May 21, 2024
Homeଓଡିଶାଅଖିମୁଠି ଅନୁକୂଳ କଲେ ବରିଷ୍ଠ ନେତା ସୁର ରାଉତରାୟ

ଅଖିମୁଠି ଅନୁକୂଳ କଲେ ବରିଷ୍ଠ ନେତା ସୁର ରାଉତରାୟ

ଜଟଣୀ:  ବିଲରେ ଅଖିମୁଠି ଅନୁକୂଳ କଲେ ସୁର ରାଉତରାୟ । ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି । ଜଟଣୀର ପ୍ରଧାନ ସାହି ପଞ୍ଚାୟତ କଣ୍ଟିଲୋ ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ସୁର ରାଉତରାୟ । ସୁର ଧାନ ବୁଣୁଥିବା ବେଳେ ବିଭୂତି ବଳବନ୍ତରାୟ ଲଙ୍ଗଳ ଧରିଥିବା ଦେଖିବାକୁ ମିଳିଛି । ଏକଦା ଦୁଇ ନେତା ପରସ୍ପରର ଘୋର ବିରୋଧୀ ଥିଲେ । କିନ୍ତୁ ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିର ଲୋକସଭା ପ୍ରାର୍ଥୀ ହେବା ପରେ ଦୁଇ ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଛି । ସୁର କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏହାପରେ ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି । କିନ୍ତୁ ବିଜେଡିର ଭୁବନେଶ୍ୱର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ତଥା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ସେ ପ୍ରଚାର କରୁଛନ୍ତି । ଏବଂ ଶଂଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking