37.1 C
Bhubaneswar
Monday, May 20, 2024
Homeଅପରାଧଏସଏଚଜି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

ଏସଏଚଜି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

ବଙ୍ଗୋମୁଣ୍ଡା : ଦିନ ଦ୍ଵିପ୍ରହରରେ ଏସଏଚଜି ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୫୦ ହଜାର ଟଙ୍କା ଲୁଟ୍ କରି ଫେରାର ମାରିଛନ୍ତି ଲୁଟେରା। ବଙ୍ଗୋମୁଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମର ମାଁ ବନ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଅର୍ଣ୍ଣପୂର୍ଣା ପୁଟେଲ ଏବଂ ସଂପାଦିକା ରିତା ବାଗ ୫୦ ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଆମ୍ବେଦକର ଛକ ନିକଟ ନବଦୁର୍ଗା କପଡା ଦୋକାନ ନିକଟରୁ ସେମାନଙ୍କୁ ଛକି ରହିଥିଲେ ଲୁଟେରା । ଏକ ବାଇକରେ ୩ ଜଣ ଲୁଟେରା ଆସି ଆଖ୍ ପିଛୁଳାକେ ଟଙ୍କା ବ୍ୟାଗ୍ ଟିକୁ ଛଡାଇ ଫେରାର ମାରିଥିଲେ । ଏହି ଘଟଣାପରେ ମହିଳା ମାନେ ତୁରନ୍ତ ବଙ୍ଗାମୁଣ୍ଡା ଥାନାରେ ପହଁଚି ଏନେଇ ଅଭିଯୋଗ କରିବା ପରେ ବଙ୍ଗୋମୁଣ୍ଡା ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking