28.1 C
Bhubaneswar
Sunday, April 28, 2024
Homeଓଡିଶାଉଦଘାଟିତ ହେଲା ଯାଜପୁର ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ

ଉଦଘାଟିତ ହେଲା ଯାଜପୁର ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଠାରେ ଥିବା ଭୂମିକା ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି l ଯାଜପୁର ବିଧାୟକ ତଥା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଲୋକର୍ପିତ କରିଥିଲେ । ଏହି କୋଭିଡ ହସ୍ପିଟାଲର ଉଦଘlଟନ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତାରୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାରେ କୁଆଖିଆ ଭୂମିକା ମଲ୍ଟି ସ୍ପେଶାଲିଟିରେ କୋଭିଡ ହସ୍ପିଟାଲ କରିବା ପାଇଁ ଅନୁମୋଦନ କରିଥିଲେ l

ସୋମବାର ସନ୍ଧ୍ୟାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକାର୍ପିତ କରିଛନ୍ତିl ଏହି କୋଭିଡ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। କରୋନାର ଦ୍ୱିତୀୟ ଲହରକୁ କମାଇବା ସହିତ କରୋନା ରୋଗୀମାନେ ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହେବେ । ପୂର୍ବରୁ ଏହି ଜିଲ୍ଲାରେ ଟାଟା କଂପାନୀ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ତେବେ ଜିଲ୍ଲାରେ ସଂକ୍ରମଣ ହ୍ରlସ କରିବା ପାଇଁ କୋଭିଡ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସରକାର ଘରୋଇ ସହାୟତାରେ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ରୋଗୀମାନେ ସଂପୂର୍ଣ୍ଣ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ପାଇପାରିବେ । ଏହି ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୫୦ ଅକ୍ସିଜେନ ଯୁକ୍ତବେଡ ଓ ୫୦ଟି ଆଇସିୟୁ ବେଡର ବ୍ୟବସ୍ଥା ରହିଛି । ଯାଜପୁର ଜିଲ୍ଲାରେ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସରକାରୀ ହସ୍ପିଟାଲ ଭାବେ । ଜିଲ୍ଲାର କୁଆଖିଆ ଠାରେ ଥିବା ଭୁମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ କରିବ । ଯାହା ଫଳରେ ଯାଜପୁର ତଥା ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking