29.1 C
Bhubaneswar
Saturday, April 27, 2024
Homeଖେଳଆଇପିଏଲରୁ ଅବସର ନେବେ ନାହିଁ ଧୋନି

ଆଇପିଏଲରୁ ଅବସର ନେବେ ନାହିଁ ଧୋନି

ନୂଆଦିଲ୍ଲୀ : ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି କ୍ୟାପଟେନ କୁଲ । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ ପଡିଆକୁ ଓହ୍ଲାଇବେ ବୋଲି ଧୋନି କହିଛନ୍ତି । ଯଦିଓ ବୟସ ଓ ଫିଟନେସ ପାଇଁ ତାଙ୍କ ପକ୍ଷେ ଖେଳ ଜାରି ରଖିବା ସହଜ ନୁହେଁ, କିନ୍ତୁ ଫ୍ୟାନ୍‌ମାନଙ୍କ ପାଇଁ ସେ ଆଉ ଗୋଟିଏ ସିଜିନ ଖେଳିବେ ବୋଲି ଧୋନି ଗ୍ରୀନ ସିଗନାଲ ଦେଇଛନ୍ତି । ପୂର୍ବରୁ ୨୦୨୩ ଆଇପିଏଲ ଧୋନିଙ୍କ ଶେଷ ଆଇପିଏଲ ବୋଲି ଚର୍ଚ୍ଚା ହେଉଥିଲା। ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଧୋନି । ଗତକାଲି ଆଇପିଏଲ ୨୦୨୩ ର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ । ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ସାକାର ହୋଇଛି । ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ୫ ଓ୍ଵିକେଟରେ ପରାସ୍ତ କରି ଟ୍ରଫି ହାସଲ କରିଛି । ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ ବିଜେତା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking