28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଖାତକୁ ଖସିଲା ଯାତ୍ରୀବାହୀ ବସ୍, ୮ ମୃତ

ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୮ ମୃତ

ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍‌, ୮ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍‌ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍‌ । ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ପ୍ରାୟ ୭୦ରୁ ୭୫ ଯାତ୍ରୀ ଥିଲେ । ଖବର ଅନୁଯାୟୀ ବସ୍‌ଟି ଆଜି ସକାଳେ ଯାତ୍ରୀଙ୍କୁ ଧରି ପଞ୍ଜାବର ଅମୃତସରରୁ କଟରା ଅଭିମୁଖେ ଯାଉଥିଲା। ଉକ୍ତ ସମୟରେ ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ଗଭୀର ଖାତକୁ ଖସି ପଡ଼ିଥିଲା। ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ୧୨ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking