30.1 C
Bhubaneswar
Saturday, May 4, 2024
Homeଓଡିଶାବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଦୁଇ ଝିଅଙ୍କ ସାମ୍ନାରେ ଆଖି ବୁଜିଲେ ବାପାମାଆ

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଦୁଇ ଝିଅଙ୍କ ସାମ୍ନାରେ ଆଖି ବୁଜିଲେ ବାପାମାଆ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପାଇଁ ଥିଲା ଅଶୁଭ ଶନିବାର । ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ ଏବଂ ୪ ଜଣ ଆହତ । ଗୋଟିଏ ସଡକ ଦୁର୍ଘଟଣା ଅନାଥ କରିଦେଲା ଦୁଇ ଛୁଆଙ୍କୁ । ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ଉପରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାନଦୀ ସେତୁ ଉପରେ ଛିଡା ହୋଇ ନଦୀ ପାଣି ଦେଖୁଥିବା ସମୟରେ ଦୁର୍ଘଟଣାରେ ଚାଲିଗଲେ ବାପାମାଆ । ଆଉ ଏକ ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

କୁଶଙ୍ଗ ପଞ୍ଚାୟତର ଅଯୋଧ୍ୟା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ସଦେଇପୁର ଗ୍ରାମର ସ୍ବାମୀ-ସ୍ତ୍ରୀ ଦୁଇ ଝିଅଙ୍କୁ ନେଇ ଶ୍ବଶୁର ଘରକୁ ଯାଇଥିଲେ । ଶନିବାର ସକାଳୁ ନିଜ ଗାଁ ସଦେଇପୁରକୁ ଫେରୁଥିବା ବେଳେ ମହାନଦୀ ସେତୁରେ ଅଟକି ମହାନଦୀର ଦୃଶ୍ୟ ଦେଖୁଥିଲେ । ଏତିକି ବେଳେ ହଠାତ ପଛରୁ ଏକ ଆମ୍ବୁଲାନ୍ସ ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ବାମୀ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ସ୍ତ୍ରୀଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଦୁଇ ଝିଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking