33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୧୫ରୁ ୨୧ ନାଗପୁର ଲକ ଡାଉନ ଘୋଷଣା

୧୫ରୁ ୨୧ ନାଗପୁର ଲକ ଡାଉନ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଏହା ମଧ୍ୟରେ ନାଗପୁର ସହରରେ ୧୫ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଲକ ଡାଉନ ମଧ୍ୟରେ ଜରୁରୀ ସେବା ପ୍ରଦାନ ଜାରି ରହିବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ରାଜ୍ୟରେ କରୋନା ର ନୂଆ ମାମଲା ବୃଦ୍ଧି କାରଣରୁ ରାଜ୍ୟର ଅନେକ ସ୍ଥାନରେ ଲକଡାଉନ କରାଯାଇପାରେ । ସିଏମ କହିଥିଲେ, ଆଗାମୀ ଦିନରେ ରାଜ୍ୟର କିଛି ସ୍ଥାନରେ ଲକଡାଉନ କରିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ନେଇ ନିର୍ଣ୍ଣୟ କରାଯିବ ବୋଲି ସେ କହିଥିଲେ । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ରାଜ୍ୟ ସରକାର ଆଲର୍ଟ ମୋଡରେ ଅଛନ୍ତି । ମୁମ୍ବାଇ, ପାଲଘର ଏବଂ ଜାଲଗାଓଁରେ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ପାଳନ ନହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking