43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗରାଉରକେଲା ପାଇଁ କଟକଣା କୋହଳ

ରାଉରକେଲା ପାଇଁ କଟକଣା କୋହଳ

ଭୁବନେଶ୍ୱର: ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କୋହଳ ହୋଇଛି କଟକଣା । କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି କରିଛନ୍ତି । ୮ ତାରିଖରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୨୬ ଥିଲା ବେଳେ ଗତକାଲି ଏହା ରହିଥିଲା ୩୪୨ । ଏକ୍ୱ୍ୟଆଇରେ ସୁଧାର ଆସିଥିବାରୁ କାଲି ଲାଗିଥିବା କଟକଣା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସହରକୁ ଭାରି ଯାନ ପ୍ରବେଶ କରିପାରିବ । ରାସ୍ତାରେ ଜଳ ସିଂଚନ ପାଇଁ ପରାମର୍ଶ ଦିଆଯାଇଛି । ଆପ୍ରୋଚ୍ ରୋଡରେ ଜଳ ସିଂଚନ କରାଯାଇ ରେଲୱେ ଲୋଡିଂ ହୋଇପାରିବ । ପ୍ରଦୂଷଣ ସୃଷ୍ଟିକାରୀ ଗାଡି ପ୍ରତି ନଜର ରଖାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଇରକେଲା ସହରକୁ ପଶୁଥିବା ସବୁ ମାଲଗାଡି ଡାଲାରେ ପାଲ ଘୋଡାଯିବ । ଗହଳି ଥିବା ରାସ୍ତା ଓ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ଜଳ ସିଂଚନ କରାଯିବ । ସ୍କୁଲ ଚାଲିପାରିବ, ମାତ୍ର କ୍ରୀଡା ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦିଆଯାଇଛି । ସ୍ଥିତି ନସୁଧୁରିବା ଯାଏଁ ପ୍ରଦୂଷଣକାରୀ ଶିଳ୍ପ ପ୍ରତି କଟକଣା ଜାରି ପାଇଁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking