33.1 C
Bhubaneswar
Monday, May 6, 2024
Homeଓଡିଶାମାଖୁନ ବାଗ ମୃତ୍ୟୁ ମାମଲା; ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ: ହାଇକୋର୍ଟ

ମାଖୁନ ବାଗ ମୃତ୍ୟୁ ମାମଲା; ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ: ହାଇକୋର୍ଟ

କଟକ: ମାଖୁନ୍ ବାଗ୍ ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ବିଜୁ ବାଗ୍ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଡ.ଏସ୍‌.କେ.ପାଣିଗ୍ରାହୀଙ୍କ ଉପରୋକ୍ତ ଆଦେଶ ଦେଇଛନ୍ତି । ଏକ ବଳତ୍କାର ଅଭିଯୋଗ ମାମଲାରେ ଫେରାର ଥିବା ନିଜ ପୁଅର ସମ୍ପର୍କରେ ଜାଣିବା ପାଇଁ ୨୦୧୫ ମସିହା ଜୁଲାଇ ୧୭ ତାରିଖରେ ବରଗଡ ଜିଲ୍ଲାର ଡେକୁଲ୍‌ବା ଗାଁର ୫୪ ବର୍ଷୀୟ ମାଖୁନ ବାଗ୍ ସ୍ଥାନୀୟ ଭେଡେନ୍ ଥାନାକୁ ଯାଇଥିଲେ । ମାଖୁନ୍ ତତ୍‌କାଳୀନ ଅଫିସର୍ ଇନ୍‌ଚାର୍ଜ ସୁଶୀଲ୍ କୁମାର ନାୟକଙ୍କୁ ଦେଖା କରିବାକୁ ଯାଇଥିଲେ । ତେବେ ସେ ଥାନାକୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ କି ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଫଳରେ ଏହି ଘଟଣାରେ ପୁଲିସ୍‌ର ଭୂମିକାକୁ ନେଇ ସନ୍ଦେହ ଦେଖା ଦେଇଥିଲା । ଏହା ପରେ ମାଖୁନ୍‌ଙ୍କ ପତ୍ନୀ ସାହେବାଣୀ ୨୦୧୫ ମସିହା ସେପ୍ଟେମ୍ବର ୪ ତାରିଖରେ ବରଗଡ ଏସ୍‌ପିଙ୍କୁ ଭେଟିବା ସହ ମାଖୁନ୍ ଥାନାକୁ ଆସି ଆଉ ଘରକୁ ଫେରିନଥିବା ଦର୍ଶାଇଥିଲେ । ଏପରିକି ମାଖୁନ୍‌ର ପରିବାର ଓଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏହି ଆନ୍ଦୋଳନର ୮ ଦିନ ପରେ ସ୍ଥାନୀୟ ଜଙ୍ଗଲ ସୁବର୍ଣ୍ଣପୁର ଜିଲ୍ଲାର ମେଟକାଣୀ ମନ୍ଦିର ନିକଟରେ ମାଖୁନ ଶବ ମିଳିଥିଲା । ମୃତକଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଉଲୁଣ୍ଡା ଥାନାରେ ୨୦୧୫ ସେପ୍ଟେମ୍ବର ୨୪ ତାରିଖରେ ଭେଡେନ୍ ପୁଲିସ୍ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଉଲୁଣ୍ଡା ପୁଲିସ୍ ଏହି ଘଟଣାରେ ଭେଡେନ୍ ଥାନାର ପୁଲିସ୍ ଅଧିକାରୀ ନିର୍ମଳ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୃତକଙ୍କ ପରିବାର ପକ୍ଷରୁ ଏହାର ସିବିଆଇ ତଦନ୍ତ ସହ ୨୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଅଦାଲତ ଏହାର ଶୁଣାଣି କରି ମୃତକଙ୍କ ପରିବାରକୁ ୬ ସପ୍ତାହ ମଧ୍ୟରେ ୫ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଉକ୍ତ କ୍ଷତିପୁରଣ ଅର୍ଥ ରାଶିକୁ ଦୋଷୀ ଅଧିକାରୀଙ୍କ ଦରମାରୁ ଭରଣା କରିବାକୁ ମଧ୍ୟ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଦୋଷୀ ଅଧିକାରୀଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ୱରିତ ଶୁଣାଣି କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking