31.1 C
Bhubaneswar
Monday, May 6, 2024
Homeଓଡିଶାନିର୍ବାଚନ ପ୍ରସ୍ତୁତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସନ୍ତୁଷ୍ଟ ବିଜ୍ଞାପନରେ ଧର୍ମ, ଜାତି, ଭାଷା ବିଦ୍ୱେଷକୁ ବାରଣ

ନିର୍ବାଚନ ପ୍ରସ୍ତୁତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସନ୍ତୁଷ୍ଟ ବିଜ୍ଞାପନରେ ଧର୍ମ, ଜାତି, ଭାଷା ବିଦ୍ୱେଷକୁ ବାରଣ

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳା, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ସଂପର୍କିତ ନିୟମାବଳୀର କାର୍ଯ୍ୟକାରିତା ଓ ଅନୁପାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜନୈତିକ ବିଜ୍ଞାପନ ପ୍ରସ୍ତୁତିରେ ଧର୍ମ, ଜାତି ଓ ଭାଷା କ୍ଷେତ୍ରରେ ବିଦ୍ୱେଷ ସୃଷ୍ଟି କରୁଥିବା ଏବଂ ସାଂପ୍ରଦାୟିକତାବାଦ ଓ ଶ୍ରତୁତା ସୃଷ୍ଟି କରୁଥିବା ଦିଗକୁ ବାରଣ କରାଯାଇଛି । ତେବେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ଠିକଠାକ୍ ଚାଲିଛି ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୃଦବୋଧ କରିଛନ୍ତି । ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଗୋଟିଏ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଅନ୍ୟଟି ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ ବସିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ବୈଠକରେ ପ୍ରଚଣ୍ଡ ରୌଦ୍ରତାପରେ ନିର୍ବାଚନ ପରିଚାଳନାର ଆହ୍ୱାନ ଓ ସାମାଜିକ ଗଣମାଧ୍ୟମ ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ଏଥିରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗେନ୍ଦ୍ର ତ୍ରିପାଠୀ, ପୋଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ ରଜନୀକାନ୍ତ ମିଶ୍ର , ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ତଥା ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ହିମାଲିନୀ କାଶ୍ୟପ ଯୋଗଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ଧଳ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ । ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ତିରୁମାଲା ନାୟକ ପର୍ଯ୍ୟବେକ୍ଷକଙ୍କୁ ସମସ୍ତ ତଥ୍ୟ ବିଷୟରେ ସୂଚନା ଦେଇଥିଲେ । ପର୍ଯ୍ୟବେକ୍ଷକମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମତ ରଖିବା ସହ ଅନେକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପରିପ୍ରେକ୍ଷୀରେ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ସଂପର୍କିତ ନିୟମାବଳୀର କାର୍ଯ୍ୟକାରିତା, ଅନୁପାଳନ ସଂପର୍କିତ ବିଭିନ୍ନ ଦିଗ ଉପରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା, ରାଜ୍ୟ ଏବଂ ଭାରତ ନିର୍ବାଚନ ଆୟୋଗ ସ୍ତରରେ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଠିତ ହୋଇଥିବା ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ କମିଟି ଗଠନ ସଂପର୍କରେ ସୂଚନା ଦେଇ ଇଲେକ୍‌ଟ୍ରୋନିକ୍ସ ମିଡ଼ିଆରେ ରାଜନୈତିକ ବିଜ୍ଞାପନଗୁଡ଼ିକ କିପରି ପ୍ରାକ୍‌-ପ୍ରମାଣୀକୃତ ହେବା ଆବଶ୍ୟକ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍ ମିଡ଼ିଆ ଅନ୍ତର୍ଗତ ଟିଭି,କେବୁଲ ଚ୍ୟାନେଲ, ରେଡ଼ିଓ ତଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାକୁ ଥିବା ରାଜନୈତିକ ବିଜ୍ଞାପନଗୁଡ଼ିକର ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି, ପ୍ରିଣ୍ଟ ମିଡ଼ିଆରେ ବିଜ୍ଞାପନ ପାଇଁ ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି ସଂପର୍କରେ ଏହି ବୈଠକରେ ବିଶଦ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ପେଡ୍‌ନ୍ୟୁଜ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା । ତେବେ ଏହି ବୈଠକରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂହ, ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସଂପୃକ୍ତ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking