28.1 C
Bhubaneswar
Saturday, May 11, 2024
Homeଓଡିଶା୩ଟି ବସ୍‌ରେ ଝାଡ଼ଖଣ୍ଡ ଗଲେ ୬୫ ଶ୍ରମିକ

୩ଟି ବସ୍‌ରେ ଝାଡ଼ଖଣ୍ଡ ଗଲେ ୬୫ ଶ୍ରମିକ

ଅନୁଗୁଳ : କରୋନା ଲକ୍ ଡାଉନ୍ ଯୋଗୁଁ ଓଡ଼ିଶାରେ ଫସିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ରାଜ୍ୟକୁ ପଠାଯିବାର ପ୍ରକ୍ରିୟା ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ୩ଟି ବସରେ ଝାଡ଼ଖଣ୍ଡର ୬୫ ଜଣ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି । ନିଜେ ଜିଲ୍ଲାପାଳ ମନୋଜ କୁମାର ଓ କୋଭିଡ-୧୯ର ନୋଡାଲ ଅଫିସର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶ୍ରମିକମାନଙ୍କୁ ୩ଟି ବସରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ପଠାଯାଇଛି । ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ବସ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଶ୍ରମିକ ମାନଙ୍କୁ ସିଟ୍‌ରେ ବସାଯିବା ସହ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯାଇଥିଲା । ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନ ବ୍ୟବସ୍ଥିତ ଓ ସୁରକ୍ଷିତ ଭାବରେ ପଠାଯିବା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡା ସରକାରଙ୍କ ନିୟମାବଳୀ ଓ ରୁଟ୍ ଚାଟ୍ ସମ୍ପର୍କରେ ବସ ଚାଳକମାନଙ୍କୁ ଅବଗତ କରିଥିଲେ । ଏହି ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ନିମନ୍ତେ ନିୟୋଜିତ ସହକାରୀ ନୋଡାଲ ଅଫିସର ଭାବେ ଏମସିଏଲର ଭୂ-ଅର୍ଜନ ଅଧିକାରୀ ରତନ କୁମାର ଆଚାର୍ଯ୍ୟ, ଆସିଷ୍ଟାଣ୍ଟ କଲେକ୍ଟର ସୁବ୍ରତ କୁମାର ବେହେରା ଓ ଅନୁଗୁଳ ଅତିରିକ୍ତ ତହସିଲଦାର ସୁଦର୍ଶନ ଗୁରୁ ପ୍ରମୁଖ ଶ୍ରମିକମାନଙ୍କୁ ବ୍ୟବସ୍ଥିତ ଭାବେ ପଠାଇବାରେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking