28.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସୂତୀଙ୍କ ହାତରେ ଭାଙ୍ଗି ରହିଗଲା ସାଲାଇନ ଛୁଞ୍ଚି 

ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସୂତୀଙ୍କ ହାତରେ ଭାଙ୍ଗି ରହିଗଲା ସାଲାଇନ ଛୁଞ୍ଚି 

ଫୁଲବାଣୀ: ଜଣେ ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ପାଇଁ ତାଙ୍କ ହାତରେ ଲଗାଯାଇଥିବା ସାଲାଇନ ଛୁଞ୍ଚିଟି ହାତ ଭିତରେ ଭାଙ୍ଗି ରହିଯାଇଛି । ଯାହାଫଳରେ ସେ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିବା ଅଭିଯୋଗ କରିଛନ୍ତି ପ୍ରସୁତୀଙ୍କ ସ୍ୱାମୀ ସରୋଜ ସାହୁ ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଗ୍ରାମ ନିଳକନ୍ଦର ସାହି ନିବାସୀ ସରୋଜ ସାହୁ ତାଙ୍କ ପତ୍ନୀ ଯାଜ୍ଞସେନୀଙ୍କର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଗତ ମଙ୍ଗଳବାର ଦିନ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିବା ପରେ ସେଠାରେ ଯାଜ୍ଞସେନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଆଜି ସ୍ତ୍ରୀଙ୍କୁ ଡିସଚାର୍ଜ କରିବା ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ଯାଜ୍ଞସେନୀଙ୍କ ହାତରୁ ସାଲାଇନ ବାହାର କରିବା ସମୟରେ ସାଲାଇନର ଛୁଞ୍ଚିଟି ତାଙ୍କ ହାତ ଭିତରେ ଭାଙ୍ଗି ରହିଯାଇଥିଲା । ଏହାପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱାମୀ ସରୋଜ ଡାକ୍ତରଙ୍କୁ ଏବାବଦରେ ଜଣାଇ ଚିକିତ୍ସା କରିବାପାଇଁ କହିବାରୁ ବାଲିଗୁଡ଼ାରେ ତୁମର ଚିକିତ୍ସା କରାଯାଇପାରିବ ନାହିଁ ଚିକିତ୍ସା ପାଇଁ କୌଣସି ଉପକରଣ ନାହିଁ କହି ତୁମେ ତୁମ ସ୍ତ୍ରୀଙ୍କୁ ନେଇ ଫୁଲବାଣୀ ଚାଲିଯାଇ ବୋଲି କହି ଫୁଲବାଣୀକୁ ରେଫର କରିଦେଇଥିବା ସରୋଜ ଅଭିଯୋଗ ଆଣିଛନ୍ତି । ଏ ନେଇ ବାଲିଗୁଡ଼ା ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ ଡ. ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ଡାକ୍ତରଖାନକୁ ଔଷଧ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଚିକିତ୍ସା ସାମଗ୍ରୀ ସରକାର ଯୋଗାଇଦେଉଛନ୍ତି । କୌଣସି ବାହାର ସାମଗ୍ରୀ ଡାକ୍ତରଖାନାରେ ବ୍ୟବହାର କରାଯାଉନାହିଁ । ଏହିଭଳି ଭାବେ ୨ଦିନ ତଳେ ଅନ୍ୟ ଏକ ସ୍ଥାନରୁ ସମାନ ଘଟଣା ଘଟିଥିବା ତାଙ୍କ ନଜରକୁ ଆସିଥିବା କହି ଆସିଥିବା ଛୁଞ୍ଚିରେ କୌଣସି ସମସ୍ୟା ରହିଥାଇପାରେ । ତେଣୁ ଆସିଥିବା ଛୁଞ୍ଚି କେଉଁ କମ୍ପାନୀର ଓ ମ୍ୟାନୁଫ୍ୟାକଚର ତାରିଖ ଏବଂ ବ୍ୟାଚ୍ ନମ୍ବର ମଗାଯାଇଛି ସେ ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବାରମ୍ଭାର ଏହିଭଳି ଭାବରେ ଉପଖଣ୍ଡ ଚିକିତ୍ସାଳୟରେ ଏହିଭଳି ଘଟଣା ଘଟିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାରିଫଳରେ ଅନେକ ସମୟରେ ସାଧାରଣ ନିରୀହ ଜନନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking