33.1 C
Bhubaneswar
Monday, May 20, 2024
Homeଓଡିଶାନବୀନ ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ନବୀନ ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର : କାଲିମେଳାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଭିଭାଷଣ । ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି କହିଲେ ବିଶ୍ୱଶର୍ମା । ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି । ଏଠି ବିଜେପି ସରକାର ।ସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ଏମ୍ପିଭି-୮୨ ନାଁକୁ ନେଇ ସମାଲୋଚନା କଲଲେ ବିଶ୍ୱଶର୍ମା । ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି । ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାର ହେଲେ ଏଠି ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ବଦଳିଯିବ ।
ଛତିଶଗଡରେ ବିଜେପି ସରକାର, ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱଣ୍ଟାଲ ୩୧ଶହ ହେବ । ଧାନ ୩୧ଶହରେ କିଣାଯିବା କଥା, ନବୀନ ବାବୁ ଦେଉଛନ୍ତି ୨୧ ଶହ । ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ । ବର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଲ ମୋଦି ଦେଉଛନ୍ତି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking