28.1 C
Bhubaneswar
Saturday, April 27, 2024
Homeଓଡିଶାକୁଚିଣ୍ଡା ୧୨ ଘଣ୍ଟା ବନ୍ଦ, ଡାକବଙ୍ଗଳା ଭିତରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବନ୍ଦୀ କଲେ କଂଗ୍ରେସ...

କୁଚିଣ୍ଡା ୧୨ ଘଣ୍ଟା ବନ୍ଦ, ଡାକବଙ୍ଗଳା ଭିତରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବନ୍ଦୀ କଲେ କଂଗ୍ରେସ ଓ ବିଜେପି କର୍ମୀ

ସମ୍ବଲପୁର: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡ଼ିଛି।

ଟୁକୁନି ସାହୁ କୁଚିଣ୍ଡାକୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି। ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ। ପୁଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଆକ୍ରମଣକାରୀଙ୍କୁ ରୋକିପାରି ନଥିଲା ।

ଆଜି ଏହାର ପ୍ରତିବାଦରେ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳ । ତେବେ ବନ୍ଦ ଡାକରାକୁ କୁଚିଣ୍ଡା ବ୍ୟବସାୟୀ ସଂଘ ସମର୍ଥନ ଦେବ ନାହିଁ ବୋଲି କହିଛି । ସ୍ଥାନୀୟ ଧର୍ମଶାଳାରେ ବ୍ୟବସାୟୀ ସଂଘର ଏକ ବୈଠକ ହୋଇଥିଲା । ବୈଠକରେ ଆଗକୁ ଦୀପାବଳୀ ଓ ଧନତେରସ ଥିବାରୁ ବନ୍ଦ ଡାକରାକୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନିଆଯାଇଥିବା କହିଛି କୁଚିଣ୍ଡା ବ୍ୟବସାୟୀ ସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking