28.1 C
Bhubaneswar
Saturday, April 27, 2024
Homeଖେଳନ୍ୟୁଜିଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ : ନେତୃତ୍ୱ ନେବେ ରୋହିତ !

ନ୍ୟୁଜିଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ : ନେତୃତ୍ୱ ନେବେ ରୋହିତ !

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୭ରୁ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏଥିରେ ଭାରତୀୟ ଦଳର ନେତୃତ୍ୱ ଓପନର୍ ରୋହିତ ଶର୍ମା ନେବା ଏକରକମ ନିଶ୍ଚିତ । ଚଳିତ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିରାଟ କୋହଲି ଘୋଷଣା କରିଥିଲେ । ତେଣୁ ବିଶ୍ୱକପ୍ ପରେ ଏହି ଦାୟିତ୍ୱ ପୂର୍ବରୁ ଏକାଧିକ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେଇସାରିଥିବା ରୋହିତଙ୍କୁ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ନିକଟରେ ହେବାକୁ ଥିବା ବିସିସିଆଇର ବରିଷ୍ଠ କର୍ମକର୍ତ୍ତା ଓ ଚୟନ କମିଟି ସଦସ୍ୟଙ୍କ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ଏପରିକି ବିସିସିଆଇ ଦିନିକିଆ ମ୍ୟାଚ୍‌ରୁ ବି କୋହଲିଙ୍କୁ ଅଧିନାୟକ ପଦରୁ ବିତାଡ଼ିତ କରିବା ନେଇ ଯୋଜନା କରୁଥିବା ନିକଟତମ ସୂତ୍ରରୁ ଜଣାପଡ଼ିଛି । ଚଳିତ ଟି-୨୦ ବିଶ୍ୱକପ୍‌ରେ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅତି ଶୋଚନୀୟ ପ୍ରଦର୍ଶନ ଜାରି ରଖିଥିବାରୁ କୋହଲିଙ୍କ ହାତରୁ ସୀମିତ ଓଭର୍ ଅଧନାୟକ ପଦ ଯିବା ଏକରକମ ନିଶ୍ଚିତ ବୋଲି କୁହାଯାଇଛି । ଚଳିତ ବର୍ଷ ଭାରତର ଆଉ କୌଣସି ଦିନିକିଆ ସିରିଜ୍ ନ ଥିବା ବେଳେ ଆସନ୍ତା ବର୍ଷ ବି ଯଥେଷ୍ଟ କମ୍ ମ୍ୟାଚ୍ ରହିଛି ।

ତେବେ ଆଗାମୀ ବୈଠକରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଚୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଅଦ୍ୟାବଧି ରୋହିତ ଟି-୨୦ ଦଳର ନେତୃତ୍ୱ ନେବାକୁ ମନା କରିନାହାନ୍ତି । ତେଣୁ ସେ ନିଶ୍ଚିତ ଭାବେ ଅଧିନାୟକ ପଦ ସମ୍ଭାଳିବେ । ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥଢ଼ ଟି-୨୦ ସିରିଜ୍ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି । ତେବେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ହେବାକୁ ଥିବା କାନପୁର ଓ ମୁମ୍ବାଇ ଟେଷ୍ଟ୍‌ରୁ ରୋହିତ ବିଶ୍ରାମ ନେବାର ସମ୍ଭାବନା ପ୍ରକଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking