33.1 C
Bhubaneswar
Thursday, April 25, 2024
Homeଓଡିଶାଦୁର୍ଘଟଣାର ୪୮ଘଣ୍ଟାରେ ତତ୍କାଳ ସହାୟତା : ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଦୁର୍ଘଟଣାର ୪୮ଘଣ୍ଟାରେ ତତ୍କାଳ ସହାୟତା : ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର:  ଦୁର୍ଘଟଣା ହେବାର ୪୮ଘଣ୍ଟା ଭିତରେ ସହାୟତା ମିଳିବ । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏଥିପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା ଦିଗରେ ଏହି ବଡ଼ ଘୋଷଣା କରିଛନ୍ତି ।
ମଙ୍ଗଳବାର ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନାଗରିକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି । ସେଥିପାଇଁ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ ଅଗ୍ରାଧୀକାର ଦେଇ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇଛି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏବେ ସଡ଼କ ଦୂର୍ଘଟଣା ପ୍ରଶମିତ କରିବା ସହ ତତ୍କାଳ ଚିକିତ୍ସା ଯୋଗାଇବା ଉପରେ ଫୋକସ୍ କରାଯାଇଛି । ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ନେଇ ଚିନ୍ତାପ୍ରକଟ କରି  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡ଼କ ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ଅତି ଜରୁରୀ । ଦୂର୍ଘଟଣାଗସ୍ତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ । ତେଣୁ ରାଜ୍ୟ ସରକାର ଏଣିକି ଦୁର୍ଘଟଣାଗସ୍ତଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ୧୪୭ କୋଟି ଟଙ୍କା ପାଣ୍ଠି ଗଠନ ହୋଇଛି । ଏହି ଅର୍ଥରେ ଦୁର୍ଘଟଣାରେ ଗୁରୁତରଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ସମ୍ଭବ ହେବ । ଏଥିଲାଗି ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଙ୍କୁ ଟଙ୍କା ଯୋଗାଡ଼ କରିବା ନେଇ ଚିନ୍ତା କରିବାକୁ ପଡ଼ିବନାହିଁ କିମ୍ବା ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ସାରା ରାଜ୍ୟରେ ଗୋଟିଏ ନିୟମ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking