34.1 C
Bhubaneswar
Friday, March 29, 2024
Homeଓଡିଶାସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତି ନିର୍ବାଚନ ପ୍ରକ୍ରିୟା ଏକ ମାସ ମଧ୍ୟରେ ଆରମ୍ଭ କରିବାକୁ ହାଇକୋର୍ଟ...

ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତି ନିର୍ବାଚନ ପ୍ରକ୍ରିୟା ଏକ ମାସ ମଧ୍ୟରେ ଆରମ୍ଭ କରିବାକୁ ହାଇକୋର୍ଟ ଆଦେଶ

କଟକ:  ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତି ନିର୍ବାଚନ ପ୍ରକ୍ରିୟା ଏକ ମାସ ମଧ୍ୟରେ ଆରମ୍ଭ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ସୁନ୍ଦରଗଡ଼ରେ ସମବାୟ ନିର୍ବାଚନ ବିଳମ୍ବ ହେଉଥିବା ଅଭିଯୋଗ କରି ଏ ସମ୍ପର୍କରେ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ଏହି  ଆଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ କହିଛନ୍ତି । ଏହି ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମବାୟ ନିର୍ବାଚନ ଶେଷ କରିବାକୁ ଅଦାଲତ କହିଛନ୍ତି । ଅନ୍ୟପକ୍ଷରେ ସମବାୟ ସମିତି ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କ ଅଧୀନରେ ରଖାଯିବା ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିଛନ୍ତି ।

ପୂର୍ବରୁ ହାଇକୋର୍ଟ ଏହି ମାମଲାର ଶୁୂଣାଣି କରି ରାୟକୁ ସଂରକ୍ଷିତ ରଖିଥିବାବେଳେ ଆଜି ମାମଲାର ରାୟ ପ୍ରକାଶ ପାଇଛି । ହାଇକୋର୍ଟଙ୍କ ଏପରି ରାୟ ଫଳରେ ରାଜ୍ୟରେ ବିଳମ୍ବ ହେଉଥିବା ସମବାୟ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି । ଭବନୀ ପ୍ରସାଦ ମାଝୀଙ୍କ ପକ୍ଷରୁ  ସମବାୟ ନିର୍ବାଚନ ବିଳମ୍ବ ହେଉଥିବା ଦର୍ଶାଯାଇ  ହାଇକୋର୍ଟରେ ଏକ ମାମଲାରେ ମାମଲା ରୁଜୁ କରାଯାଇଥିଲା । ଏଥିରେ ସମବାୟ ସମିତି ପରିଚାଳନା ମଧ୍ୟ ପ୍ରଶାସକଙ୍କ ନିକଟରେ ରହିଛି ବୋଲି ଅଭିଯୋଗ କରାଯାଇଥିଲା । ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ନିର୍ବାଚନ ବିଳମ୍ବ ହେଉଥିବାରୁ ଏ ସମ୍ପର୍କରେ ଆବେଦନକାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଉପଯୁକ୍ତ ପଦକ୍ଷେପ ନିଆ ନଯିବାରୁ ଆବେଦନକାରୀ ବାଧ୍ୟହୋଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ଦର୍ଶାଯାଇଥିଲା ଯେ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ସମବାୟ ସମିତିର ନିର୍ବାଚନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ  ଗତ ୨୦୨୦ ମସିହା ଏପ୍ରିଲ୍ ୩୦ ତାରିଖରୁ ଶେଷ ହୋଇଥିବା ବେଳେ ସେଠାରେ ଏଯାଏ ନିର୍ବାଚନ ହୋଇନାହିିଁ ।  ଜିଲ୍ଲା ସମବାୟ ସମିତି ପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ଜିଲ୍ଲାପାଳ ଏହାର ଦାୟିତ୍ୱରେ ଅଛନ୍ତି । ପରିଷଦର କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ ଏକ ବର୍ଷ ମଧ୍ୟରେ ନିର୍ବଚନ କରାଯିବା କଥା । ତେବେ ଏଠାରେ ନିର୍ବାଚନ ନ କରାଯାଇ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ଏହା ଦ୍ୱାରା ବିଧି ବ୍ୟବସ୍ଥାକୁ ଉଲଂଘନ କରାଯାଇଛି । ଅନ୍ୟପକ୍ଷରେ ପ୍ରଶାସକ ମଧ୍ୟ ଏହି ଦାୟିତ୍ୱରେ ୧ ବର୍ଷରୁ ଅଧିକ ରହିପାରିବେନାହିିଁ ବୋଲି ନିୟମ ରହିଛି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ କୁମାର  ରଥ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking