29.1 C
Bhubaneswar
Saturday, April 27, 2024
Homeଓଡିଶାଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ହତ୍ୟା ଘଟଣା, ପଟ୍ଟାଙ୍ଗୀ ଥାନା ଘେରିଲେ ଗ୍ରାମବାସୀ

ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ହତ୍ୟା ଘଟଣା, ପଟ୍ଟାଙ୍ଗୀ ଥାନା ଘେରିଲେ ଗ୍ରାମବାସୀ

କୋରପୁଟ : ପଟାଙ୍ଗି ବ୍ଲକ ସଦର ମହକୁମାର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀ ଚଳିତ ମାସ ୩ତାରିଖ ରାତିରେ ହତ୍ୟା ମାମଲାରେ ମୁଖ୍ୟ ସୁନୀଲ ପାଢ଼ୀ ଏବଂ ତାଙ୍କ ପିତା ଭାସ୍କର ପାଢ଼ୀକୁ ପୋଲିସ ଗିରଫ ନକରି ଜାଣି ଶୁଣି ପୋଲିସର ଛତ୍ର ଛାୟା ତଳେ ବଞ୍ଚାଉ ଥିବା ଦାବିରେ ସିବିଆଇ ଯାଞ୍ଚ କରାଯିବା ଦାବିରେ ଶତାଧିକ ଗ୍ରାମବାସୀଙ୍କ ସମେତ ପରିବାର ବର୍ଗ ଥାନା ଘେରାଉ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୩ତାରିଖ ମଙ୍ଗଳବାର ରାତ୍ର ୧୦ଘଣ୍ଟା ସମୟରେ ସ୍ଥାନୀୟ ବ୍ୟବସାୟୀ ଲୋକେଶ୍ୱର ରାଓଙ୍କ ଦ୍ୱିତୀୟ ପୁତ୍ର ଗଙ୍ଗା ପ୍ରସାଦ(କୁନା)ଙ୍କୁ ଘରୁ ଡାକି ନେଇ ଗଣେଶ ମନ୍ଦିର ନିକଟରେ ନିର୍ମମ ଭାବେ ହତ୍ୟା ଘଟଣାରେ ଗୁରୁବାର ସୁନାବେଡ଼ା ଏସ୍ଡିପିଓ ନିରଞ୍ଜନ ବେହେରାଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସ୍ଥାନୀୟ ସୁନୀଲ ପାଢ଼ୀ, ଅଜିତ ଖିଲ ଏବଂ ପାରଲା ଖେମୁଣ୍ଡି ଅଞ୍ଚଳର ଏକ ସୁପାରୀ କିଲର ଗଣେଶ ରାଉତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଆସାମୀକୁ ଜାଣି ଶୁଣି ଗିରଫ ନକରି ଅଭିଯୁକ୍ତଙ୍କୁ ନିଜ ଛତ୍ର ଛାୟା ତଳେ ରଖି ଥିବା ଅଭିଯୋଗରେ ଥାନା ଘେରାଉ କରିଛନ୍ତି ପଟାଙ୍ଗି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking