28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜି ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

ଆଜି ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

ଭୁବନେଶ୍ୱର: କରୋନା ସଂକ୍ରମଣ କମିଥିଲେ ବି ମୃତ୍ୟୁ ସଂଖ୍ୟାରେ ରୋକ୍ ଲାଗିପାରୁନାହିଁ । ଏହାରି ଭିତରେ ଆଜି ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା । ଯାହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୧୦ହେଲା । ବାଲଶ୍ୱର ଜିଲ୍ଲାରୁ ଜଣେ ୬୦ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତି ଏବଂ ୮୫ ବର୍ଷୀୟା ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସେହିଭଳି ପୁଣି ଭୁବନେଶ୍ୱରରୁ ୫୩ ବର୍ଷୀୟ ବ୍ୟକ୍ତି, ଜଗତସିଂହପୁରରୁ ୪୮ ବର୍ଷୀୟ ବ୍ୟକ୍ତି, କନ୍ଧମାଳ ଜିଲ୍ଲାରୁ ୭୫ ବର୍ଷୀୟ ବ୍ୟକ୍ତି ଓ ଖୋର୍ଦ୍ଧା ଜିଲ୍ଲାରୁ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା । ମୟୁରଭଂଜ ଜିଲ୍ଲାରୁ ଜଣେ ୫୦ ଓ ୬୫ ବର୍ଷୀୟା ମହିଳା ଓ ପୁରୀ ଜିଲ୍ଲାରୁ ଜଣେ ୭୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଜଣେ ୫୭, ୬୫, ୭୬ ଓ ୭୨ ବର୍ଷୀୟ ପୁରୁଷ ଓ ୬୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking