35.1 C
Bhubaneswar
Wednesday, May 8, 2024
Homeଅପରାଧଅଧ ରାତିରେ ଘରୁ ଉଠାଇନେଲେ

ଅଧ ରାତିରେ ଘରୁ ଉଠାଇନେଲେ

ଗଜପତି : ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା | ରାତି ଅଧରେ ଘରେ ପଶି ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ଅପହରଣ କରିଥିବାର ଅଭିଯୋଗ ହୋଇଛି । ତେବେ ଏନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ବେଳେ ଅଡ଼ବା ଗାଁର ଜଣେ ଯୁବକ ଘର ପଛ ପଟ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଉଠାଇ ନେଇଥିଲା । ନାବାଳିକାଙ୍କ ମାଆ ଓ ଜେଜେ ବାପା ପ୍ରତିବାଦ କରିଥିଲେ । ହେଲେ ସେ ସେମାନଙ୍କୁ ମାଡ଼ ମାରି ଝିଅକୁ ନେଇ ପଳାଇଥିଲା । ଏପରିକି ନାବାଳିକାଙ୍କ ମାଆଙ୍କ ବେକରୁ ୩ ଭରିର ସୁନା ଚେନ୍‌ ମଧ୍ୟ ଛିଣ୍ଡାଇ ନେଇଥିବାର ଅଭିଯୋଗ ହୋଇଛି । ତେବେ ଯୁବକ ଜଣଙ୍କୁ ନାବାଳିକାଙ୍କୁ ଅପହରଣ କରିବା କାମରେ ସେହି ଗାଁର ଆଉ କିଛି ଯୁବକ ସହଯୋଗ କରିଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking