28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକହ୍ନୈୟାଙ୍କ ପରିବାର ପାଇଁ ୨୪ ଘଣ୍ଟାରେ ଆଦାୟ ହେଲା ୧ କୋଟିରୁ ଅଧିକ ଟଙ୍କା

କହ୍ନୈୟାଙ୍କ ପରିବାର ପାଇଁ ୨୪ ଘଣ୍ଟାରେ ଆଦାୟ ହେଲା ୧ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ଜଡିତ କଠୋରପନ୍ଥିଙ୍କ ଦ୍ବାରା ଦ୍ୱାରା ଉଦୟପୁରରେ ହତ୍ୟା କରାଯାଇଥିବା କହ୍ନୈୟାଙ୍କ ପରିବାରକୁ ଏବେ ସାରାଦେଶରୁ ସହାନୁଭୂତି ମିଳୁଛି । ଟେଲର ଦୋକାନ ଚଳାଉଥିବା କହ୍ନୈୟା ପରିବାର ପାଇଁ ଏକମାତ୍ର ଆୟର ଉତ୍ସ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ପରିବାରର ଆୟର ଉତ୍ସ ହରାଇଥିବାରୁ ଲୋକମାନେ ତାଙ୍କୁ ଉଦାର ଭାବରେ ଦାନ କରିଛନ୍ତି । ବିଜେପି ନେତା କପିଲ ମିଶ୍ର କ୍ରାଉଡ୍ ଫଣ୍ଡିଂ ଜରିଆରେ କହ୍ନୈୟାଙ୍କ ପରିବାର ପାଇଁ ୧.୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଲୋକମାନେ କହ୍ନୈୟାଙ୍କ ପରିବାରକୁ ଏକ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି । କପିଲ ମିଶ୍ରାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥିଲେ । ୩୦ ଦିନରେ କହ୍ନୈୟାଙ୍କ ପରିବାର ପାଇଁ ଏକ କୋଟି ସଂଗ୍ରହ କରିବାକୁ ଟାର୍ଗେଟ କରାଯାଇଥିଲା । କହ୍ନୈୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ଇଶ୍ୱର ସିଂଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧.୩୭ କୋଟି ଟଙ୍କା ଆଦାୟ ହୋଇଛି । ତେବେ କେବଳ ଚଳଚ୍ଚିତ୍ର ନିର୍ମାତା ମନୀଷ ମୁଣ୍ଡ୍ରା ୧୧ ଲକ୍ଷ ଟଙ୍କା ଦେଇଛନ୍ତି । କପିଲ ମିଶ୍ରାଙ୍କ ଅନୁଯାୟୀ ଦେଶ ତଥା ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ସାହାଯ୍ୟ ପଠାଇଛନ୍ତି ।ସେହିଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି (ଗୁରୁବାର) କହ୍ନୈୟାଙ୍କ ଘରେ ପହଞ୍ଚି ପରିବାରକୁ ୫୧ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି । ସେ କହ୍ନୈୟାଙ୍କ ଉଭୟ ପୁଅଙ୍କୁ ସରକାରୀ ଚାକିରୀ ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking